ପୋଖରୀରେ ବୁଡ଼ି ଦୁଇ ନାବାଳକ ଛାତ୍ର ମୃତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଆଜି ଏକ ଦୁଃଖଦାୟକ ଘଟଣା ଘଟିଛି । ଯାହା ପୁରା ବାଲିକୁଦା ବ୍ଲକ ଅଧିନ ସିଙ୍ଗିରି ଗ୍ରାମରେ ଶୋକାକୁଳ ପରିବେଷ ଆଣିଦେଇଛି । ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ସ୍କୁଲ ଛାତ୍ର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ସେମାନେ ହେଲେ ଓମ୍ ବିଶ୍ୱାଳ ଓ ଆର୍ଯ୍ୟ ସୁମନ ରାଉତ । ଓମ୍ ସରୋଜ ବିଶ୍ୱାଳଙ୍କ ପୁଅ ହୋଇଥିବା ବେଳେ ଆର୍ଯ୍ୟ ପ୍ରତାପ ରାଉତଙ୍କ ପୁଅ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଓମ୍ ସିଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଆର୍ଯ୍ୟ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ । ଦୁଇ ଜଣ ଛାତ୍ର ଆଜି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଘରକୁ ଫେରିବାରେ ବିଳମ୍ବ ହେବାରୁ ସେମାନଙ୍କ ଅଭିଭାବକ ବହୁତ ଖୋଜିଥିଲେ । ପରେ ପୋଖରୀରେ ଖୋଜାଖୋଜି କରିବା ପରେ ସେମାନଙ୍କ ମୃତ ଶରୀର ପୋଖରୀରୁ ଉଦ୍ଧାର କରାଯାଇଥିଲା ।


ସେୟାର କରନ୍ତୁ