‘ସମାଜର ନିରାପତ୍ତା ବଳୟ ମଧ୍ୟରେ ରାଜ୍ୟର ଶିଶୁମାନଙ୍କୁ ରଖିବା ସମସ୍ତଙ୍କ କର୍ତ୍ତବ୍ୟ’

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ଯତ୍ନ ଗୃହ, ପର୍ଯ୍ୟବେକ୍ଷଣ ଗୃହ, ସ୍ୱତନ୍ତ୍ର ଗୃହର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ମୁକ୍ତ ଆଶ୍ରୟସ୍ଥଳର ପ୍ରକଳ୍ପ ସଂଯୋଜକମାନେ ଉପସ୍ଥିତ ଥିଲେ । ଏହି କର୍ମଶାଳାଟି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅଂଶଗ୍ରହଣକାରୀମାନଙ୍କୁ ଶିଶୁଯତ୍ନ ଗୃହମାନଙ୍କର ରହୁଥିବା ଶିଶୁମାନଙ୍କର ଯତ୍ନ, ନିରାପତ୍ତା, ସୁରକ୍ଷା ସଂପର୍କରେ ସଚେତନ କରିବା ଓ କିଶୋର ନ୍ୟାୟ (ଯତ୍ନ ଓ ଶିଶୁ ସୁରକ୍ଷା) ଆଇନ ୨୦୨୫ରେ ଥିବା ଦଣ୍ଡବ୍ୟବସ୍ଥା ସଂପର୍କରେ ଅବଗତ କରାଇବା ।

ଏହି ସଚେତନତା କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ସମାଜର ନିରାପତ୍ତା ବଳୟ ମଧ୍ୟରେ ରାଜ୍ୟର ଶିଶୁମାନଙ୍କୁ ରଖିବା ପାଇଁ ସେମାନଙ୍କର ଉପଯୁକ୍ତ ଯତ୍ନ, ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ସମସ୍ତଙ୍କର କର୍ତ୍ତବ୍ୟ । ଏଥି ନିମନ୍ତେ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ବିଭିନ୍ନ ଆଶ୍ରୟ ଗୃହର କର୍ମକର୍ତ୍ତାମାନେ ଏ ଦିଗରେ ସଚେତନ ହେଲେ ସେଠାରେ ରହୁଥିବା ଶିଶୁମାନଙ୍କୁ ଉପଯୁକ୍ତ ପରିବେଶ ମିଳିବ ଏବଂ ସେମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ସମ୍ଭବ ହୋଇପାରିବ ।


ସେୟାର କରନ୍ତୁ