ତୈଳ ଦର ବୃଦ୍ଧିକୁ ନେଇ ସାଧାରଣରେ ଚର୍ଚ୍ଚା, ରାଜନୀତି ଜୋର ଧରିଲା

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର: ବର୍ତ୍ତମାନ ଯେଭଳି ଭାବରେ ତେଲ ଦର ହୁହୁ ହୋଇ ବଢି ଚାଲିଛି,ସାଧାରଣ ଲୋକଙ୍କ ଦୈନଦିନ ଜୀବନକୁ ପ୍ରଭାବିତ କରିଛି। ତେଲ ଦର ବଢିବା ଦ୍ୱାରା ଅର୍ଥନୀତି ଉପରେ ପ୍ରଭାବ ପଡିଥିବାବେଳେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ଦର ବଢିବା ଆରମ୍ଭ ହୋଇଯାଇଛି।

ଅର୍ଥନୀତି ସାମ୍ନାରେ ଯେଉଁ ଦୁଇଟି ଜଟିଳ ସମସ୍ୟା ଯଥା ଡ଼ଲାର ତୁଳନାରେ ମୁଦ୍ରାର ହ୍ର!ସ ଏବଂ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଦୈନଦିନ ଜୀବନକୁ ପ୍ରଭାବିତ କରିଛି । ବର୍ତମାନ ତୈଳର ଆମଦାନୀ ଖର୍ଚ୍ଚ ଯାହା,ତା ଠାରୁ ଅଧିକ ଉଭୟ ରାଜ୍ୟ ଏବଂ କେନ୍ଦ୍ରୀୟ ଟିକସ ହାରକୁ ଯୋଡ଼ାଗଲେ ହେଉଛି । କେନ୍ଦ୍ର ସରକାର ଯେଉଁ ଟିକସ ଆଦାୟ କରୁଛନ୍ତି ସେଥିରୁ ସମସ୍ତ ରାଜ୍ୟ ମାନଙ୍କୁ ଅଂଶ ଭିତିରେ କିଛି ସହଯୋଗ କରୁଛନ୍ତି । ରାଜ୍ୟ ସରକାର ଟିକସ ଆକାରରେ ମଧ୍ୟ ଏଠି କିଛି ନେଉଛନ୍ତି ।

ତୈଳ ଦରକୁ ନେଇ ଜନମାନସ ମନରେ ଏକ ପ୍ରକାର ଛନକା ପଶିଥିବାବେଳେ, ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଉଭୟ ବିଜେପି ଏବଂ ବିଜେଡି ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି ।

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୁକ୍ତି, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ତୈଳ ଦର ବଢ଼ିବାରେ ଲାଗିଛି । 2014 ମସିହାରେ ଓଡିଶା ସରକାର 3 ହଜାର କୋଟି ଟଙ୍କାରୁ କମ ଟିକସ ପାଉଥିଲେ । ଏବେ ତାହା 7 ହଜାର କୋଟିକୁ ଛୁଇଁଲାଣି !ତେଣୁ ଓଡିଶା ସରକାର ଭ୍ୟାଟ କମାଇ ତୈଳ ଦର ହ୍ରାସ କରିବାର ସମୟ ଆସିଛି ।

ଏହାର ପ୍ରତିଉତ୍ତର ଦେବାକୁ ଯାଇ ବିଜେଡ଼ି ଏହାକୁ ବିରୋଧ କରିଛି । ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ଯୁକ୍ତି ଦର୍ଶାଇଛନ୍ତି ଯେ ଉପା ସରକାର ବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 116 ଡ଼ଲାର ଥିଲା ବେଳେ ଏବେ ତାହା 73 ଡ଼ଲାର ରହିଅଛି ।

ବିଜେପି ସରକାର ଆସିଲାବେଳେ ଏହି ଦର 34 ଡ଼ଲାର ଥିଲା । କିନ୍ତୁ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ 19 ପ୍ରତିଶତ ପର୍ଯ୍ୟନ୍ତ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ 15 ପ୍ରତିଶତ ବଢ଼ାଇଛନ୍ତି । ତେଣୁ କେନ୍ଦ୍ର ଉତ୍ପାଦନ ଶୁଳ୍କ କମାଇ ଦେଲେ ତୈଳ ଦର କମିଯିବ ।


ସେୟାର କରନ୍ତୁ