ଉପନିର୍ବାଚନ ଖର୍ଚ୍ଚ ପ୍ରାର୍ଥୀଙ୍କୁ ଦେବାକୁ ପଡିବ !

ଉପନିର୍ବାଚନ ଖର୍ଚ୍ଚ ପ୍ରାର୍ଥୀଙ୍କୁ ଦେବାକୁ ପଡିବ !

ରାଜନୀତି
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନର ନିର୍ବାଚନରେ ସଂସ୍କାର ଆଣିବା ଉଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ସମ୍ପର୍କରେ ବିଚାର କରୁଛନ୍ତି । ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଯଦି ଦୁଇଟି ଆସନରେ ଜିତି ପ୍ରାର୍ଥୀ ଗୋଟିଏ ଆସନକୁ ଛାଡ଼ନ୍ତି, ପ୍ରାର୍ଥୀଙ୍କୁ ଉପନିର୍ବାଚନ ଖର୍ଚ୍ଚ ଦେବାକୁ ପଡିବ । ଏ ବାବଦରେ ପ୍ରସ୍ତାବ ଆଣିବା ପାଇଁ ନିର୍ବାଚନ କମିସନ ଗୁରୁତ୍ୱର ସହ ଚିନ୍ତା କରୁଥିବାର ଜଣାପଡୁଛି ।

ପ୍ରାର୍ଥୀ ଯଦି ଉପନିର୍ବାଚନ ପାଇଁ ଖର୍ଚ୍ଚ ଦେଇ ପାରିବେ ନାହିଁ,ତେବେ ଦୁଇଟି ଆସନରେ ବିଜୟୀ ହୋଇ ଗୋଟିଏ ଆସନ ଛାଡିବା କ୍ଷେତ୍ରରେ ପ୍ରାର୍ଥୀ ଯେଉଁ ଆସନ ଛାଡ଼ିଥିବେ ସେହି ସ୍ଥାନରେ ଦ୍ୱିତୀୟରେ ଥିବା ପ୍ରାର୍ଥୀଙ୍କୁ ସେହି ଆସନରେ ବିଜୟୀ ଘୋଷଣା କାରାଯିବା ପ୍ରସଙ୍ଗ ବିଚାରାଧୀନ ରହିଛି । ଏଇଭଳି ବ୍ୟବସ୍ଥା କରାଗଲେ ଦ୍ୱିତୀୟ ଥର ନିର୍ବାଚନ ଖର୍ଚ୍ଚ କମିବ ବୋଲି ନିର୍ବାଚନ କମିସନଙ୍କ ପ୍ରସ୍ଥାବରେ ଉଲ୍ଲେଖ ରହିଥିବାର ଜଣାପଡିଛି ।

ଜଣେ ପ୍ରାର୍ଥୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ଆସନରୁ ଲଢ଼ିବାର ନିୟମ ରହିଅଛି! ସେ ପରି ସ୍ଥଳେ ପ୍ରାର୍ଥୀ ଗୋଟିଏ ଆସନ ଛାଡ଼ିଥାନ୍ତି ଏବଂ ପରେ ପୁଣି ନିର୍ବାଚନକୁ ଯିବାକୁ ପଡିଥାଏ । ଏହା ଦ୍ୱାରା ଭୋଟର ମାନଙ୍କୁ ଛଅ ମାସ ମଧ୍ୟରେ ନିର୍ବାଚନକୁ ଯିବା ସହ ଅର୍ଥ ଅପଚୟ ହୋଇଥାଏ । ଏ ଭଳି ସ୍ଥିତିରେ ଭାରତୀୟ ନିର୍ବାଚନଙ୍କ ପ୍ରସ୍ତାବ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବାର ସମ୍ଭାବନା ସୃଷ୍ଟି କରୁଛି ।


ସେୟାର କରନ୍ତୁ