‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମର ପାର୍ଟ-2 ଆସିବ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘କୁଛ୍‌ କୁଛ୍‌ ହୋତା ହୈ’ ପୁଣିଥରେ ପରଦାକୁ ଆସିବାକୁ ଯାଉଅଛି । ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମଟି 1998 ରେ ରିଲିଜ ହୋଇଥିଲା । ଏଥର ଆଉ ସେ ପୁରୁଣା ଷ୍ଟୋରୀକୁ ନୁହେଁ, ବରଂ ଏହି ଫିଲ୍ମର ରିମେକ୍‌ ‘ପାର୍ଟ-2’ ରିଲିଜ୍‌ ହେବ।

କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମଟି ଦର୍ଶକଙ୍କୁ ସେହି ସମୟରେ ବେସ ପସନ୍ଦ ଆସିଥିଲା। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ମଧ୍ୟ ଅନେକ ସଫଳତା ସାଉଁଟିଥିଲା । ଏଥିରେ ଶାହରୁଖ, କାଜଲ ଏବଂ ରାଣୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଏବେ ବି ଏହି ଫିଲ୍ମକୁ ଦର୍ଶକମାନେ ଦେଖୁଥିବା ସହ ଏହାର ଗୀତ ଗୁଡିକୁ ଗୁଣୁଗୁଣୁ କରି ଗାଉଥିବାର ଦେଖିବାକୁ ମିଳୁଛି।

ଇସ୍କ 104.8 ଏଫ୍‌ଏମ୍‌ରେ ପ୍ରସାରିତ ହେଉଥିବା ‘କଲିଙ୍ଗ୍ କରନ୍‌’ କାର୍ଯ୍ୟକ୍ରମରେ ଜଣେ ଶ୍ରୋତା କରନ୍‌ଙ୍କୁ ପ୍ରଶ୍ନ ପଚାରି ଥିଲେ ଯେ ଏହି ଫିଲ୍ମର ରିମେକ୍‌ ହେବ କି? ସେ ଏହାର ଉତ୍ତର ରଖିଥିଲେ ଯଦି କେବେ ‘କୁଛ୍‌ କୁଛ୍‌ ହୋତା ହୈ’ ପାର୍ଟ-2 କରିବେ ତା’ହେଲେ ସେ ରଣବୀର କପୁର୍‌, ଆଲିଆ ଓ ଜାହ୍ନବୀ କପୁରଙ୍କୁ ନେବେ। କରନ ‘ସ୍ଟୁଡେଣ୍ଟସ ଅଫ
ଇଅର’ ଫିଲ୍ମରେ ଆଲିଆଙ୍କୁ ଲଞ୍ଚ କରିଥିଲେ ।


ସେୟାର କରନ୍ତୁ