ମୁଁ ବିଜେଡିରେ ଅଛି: ଦାମ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର: ବିଧାୟକ ଦାମୋଦର ରାଉତ ବହିଷ୍କାରକୁ ନେଇ ବିଜେଡି ବିରୋଧରେ ବିଶୋଦାଗାର କରିଛନ୍ତି । ଦବାଇ ନାହାନ୍ତି ତାଙ୍କର ସ୍ୱରକୁ ।
ଯଦିଓ ତାଙ୍କୁ ଦଳରୁ ଏଇ କିଛି ଦିନ ହେବ ବହିଷ୍କାର କରାଯାଇଅଛି, ସେ କହିଛନ୍ତି, ମୁଁ ଏବେ ବି ବିଜେଡିରେ ଅଛି। ଦଳରୁ ବହିଷ୍କାର କରାଯିବା ପୂର୍ବରୁ ମତେ କୌଣସି କୈଫୟତ ମଗାଯାଇ ନାହିଁ। ବହିଷ୍କାର ନେଇ ମତେ ଲିଖିତ ଭାବେ ଦଳ ଜଣାଇ ନାହିଁ। ବିଜେଡିର କାର୍ଯ୍ୟକାରିଣୀ ସଦସ୍ୟ ଥିବାରୁ ରାଜ୍ୟ କାର୍ଯ୍ୟକାରିଣୀ ଡାକି ତାଙ୍କୁ ବହିଷ୍କାର କରାଯିବା କଥା। ଜଣେ ସଂପାଦକ କିଭଳି ବହିଷ୍କାର କରି ପାରିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ପ୍ରକାଶ ଥାଉକି, କିଛି ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ । ସେମାନେ ଦାମଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିଥିଲେ। ଏହା ପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା।


ସେୟାର କରନ୍ତୁ