କେବିସିର ପ୍ରଥମ ସିଜିନରେ ବିଗ୍‌ ବି ଏହି ରୋଗ ପାଇଁ ବସି ପାରୁ ନ ଥିଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବିଗ୍‌ ବି ପୁଣି ଥରେ ଏକ ବଡ଼ ଖୁଲାସା କରିଛନ୍ତି ।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସିଜିନ୍‌-11ରେ ନିଜର ଗମ୍ଭୀର ରୋଗ ବିଷୟରେ ଜଣାଇଛନ୍ତି ବିଗ୍‌ ବି ।ସୋ’ ସମୟରେ ପ୍ରଶ୍ନ ପଚାରିବା ସହ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଆଲୋଚନା କରିଥାନ୍ତି ବିଗ୍‌ ବି ।ଯାହା ସୋ’ର ଲୋପ୍ରିୟତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।
ତାଙ୍କ କହିବା ମୁତାବକ , ଯେତେବେଳେ କେବିସି 2000 ମସିହାରେ ଆରମ୍ଭ ହୋଇଥିଲା,ସେତେବେଳେ ମୋ ପିଠିରେ ଗଭୀର ଯନ୍ତ୍ରଣା ଆରମ୍ଭ ହୋଇଥିଲା ।କେବିସିର ଏହି ଚେୟାରରେ ମୁଁ ପ୍ରଥମେ ବସୁଥିବାରୁ ଯନ୍ତ୍ରଣା ହେଉଥିବା କଥା ଭାବିଥିଲି । କିନ୍ତୁ ପରେ ପ୍ରକୃତ ସମସ୍ୟା କଥା ପରୀକ୍ଷା କରାଇବାରୁ ସାମ୍ନାକୁ ଆସିଥିଲା । ମୁଁ ସ୍ପାଇନାଲ ଟ୍ୟୁବରକୁଲୋସିସ୍‌ ରୋଗରେ ପୀଡ଼ିତ ଥିବା ଜାଣିଥିଲି ।ମୋତେ ମୋ ସମସ୍ୟା ବିଷୟରେ 4-5ବର୍ଷ ଯାଞ୍ଚ କରିବା ପରେ ଜଣା ପଡ଼ିଥିଲା ।ଯାହା ପାଇଁ ପ୍ରତିଦିନ 7-8ଟି ବଟିକା ଖାଇବାକୁ ପଡ଼ିଥିଲା । ଏବେ ମୋ ସମସ୍ୟାର ସମାଧାନ ହୋଇସାରିଛି ।


ସେୟାର କରନ୍ତୁ