ଜନ୍ ଆବ୍ରାହମ୍ ଏବଂ ତାଙ୍କ ପତ୍ନୀ ପ୍ରିୟା କରୋନା ପଜିଟିଭ୍, ଏକତା କପୁର ମଧ୍ୟ ହେଲେ ସଂକ୍ରମିତ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ଡ୍ୟାସିଂ ଆକ୍ସନ୍ ହିରୋ ଜନ୍ ଆବ୍ରାହମ୍ ମଧ୍ୟ କରୋନାର ଶିକାର ହୋଇଛନ୍ତି। ଜନଙ୍କ ସହ ତାଙ୍କ ପତ୍ନୀ ପ୍ରିୟା ମଧ୍ୟ କୋଭିଡ ସଂକ୍ରମଣର ଶିକାର ହୋଇଛନ୍ତି । ଉଭୟ ଜନ୍ ଏବଂ ପ୍ରିୟାଙ୍କୁ ଟୀକାକରଣ କରାଯାଇଥିଲା ଏବଂ ସେମାନଙ୍କର ଲକ୍ଷଣ ସାମାନ୍ୟ ବୋଲି କୁହାଯାଏ । ଜନ୍ ଅବ୍ରହାମ ନିଜେ କୋଭିଡ୍ ପଜିଟିଭ୍ ବିଷୟରେ ସୂଚନା ଦେଇଛନ୍ତି । ଜନ୍ ସୋସିଆଲ ମିଡିଆ ଜରିଆରେ କହିଛନ୍ତି ଯେ ସେ ତିନି ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିଥିଲେ, ଯିଏ କୋଭିଡ ପଜିଟିଭ ଥିଲେ । ଏହା ପରେ ଜନ୍ ନିଜେ ଏବଂ ତାଙ୍କ ପତ୍ନୀ ପ୍ରିୟା ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିଲେ ।

ଏଥି ସହିତ ଏକତା କପୁର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି, ‘ସମସ୍ତ ସତର୍କତା ଅବଲମ୍ବନ କରିବା ସତ୍ୱେ ମୋର କରୋନା ପରୀକ୍ଷା ପଜିଟିଭ ଅଟେ । ମୁଁ ଭଲ ଅଛି ଏବଂ ସେହି ଲୋକମାନଙ୍କୁ ଅନୁରୋଧ କରିବାକୁ ଚାହେଁ ଯେଉଁମାନେ ମୋ ସହିତ ସମ୍ପର୍କରେ ଥିଲେ ସେମାନେ ନିଜକୁ ପରୀକ୍ଷା କରାଇ ନିଅନ୍ତୁ ।


ସେୟାର କରନ୍ତୁ