କଟକ:ଆଠଗଡ଼ ରେଞ୍ଜ୍ ଅନ୍ତର୍ଗତ ତିଗିରିଆର ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ଗୋଟାଏ ମୃତ କଲରାପତ୍ରିଆକୁ ଠାବ କରାଯାଇଛି ।
ତାକୁ ଅଣାଯାଇ ତିଗିରିଆ ଫରେଷ୍ଟ୍ ଅଫିସରେ ରଖାଯାଇଛି।
ଡିଏଫ୍ଓ ସସ୍ମିତା ଲେଙ୍କା ତିଗିରିଆ ଫରେଷ୍ଟ୍ ଅଫିସରେ ପହଞ୍ଚିଛନ୍ତି। ଘଟଣା ସଂକ୍ରାନ୍ତରେ ତଦନ୍ତ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।
କଲରାପତ୍ରିଆ କାହିଁକି ମଲା, ତାହା ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି କହିଛନ୍ତି ।
