ଶିକ୍ଷକ-ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟ ବଢ଼ିଲା , ଏବେ ସ୍କୁଲରେ ରହିବାକୁ ହେବ 6 ଘଣ୍ଟା ବଦଳରେ 7 ଘଣ୍ଟା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର:ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଯାଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ସ୍କୁଲ ଶିକ୍ଷକ-ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ କରାଯାଇଛି ।
ପୂର୍ବରୁ ଶିକ୍ଷକ-ଶିକ୍ଷୟତ୍ରୀ 10ଟାରୁ 4ଟା ଯାଏଁ କାର୍ଯ୍ୟ କରୁଥିଲେ । ଏଣିକି ସକାଳ ସାଢେ 9ଟାରୁ ସାଢେ 4ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ । ନୂଆ ନିୟମ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।ସେହିପରି ସ୍କୁଲରେ ପିଲାମାନଙ୍କୁ ଫିଲଟର ପାଣି ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି |
ଅନ୍ୟପଟେ ଆଜି ଖୋର୍ଦ୍ଧା ବାଳକାଟି ଅନ୍ତର୍ଗତ ବାଲିଅନ୍ତା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ | କିନ୍ତୁ ପୂର୍ବାହ୍ନ ସାଢେ 10 ବାଜିଯାଇଥିଲେ ବି କୌଣସି କର୍ମଚାରୀ ଆସି ନଥିବା ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ |


ସେୟାର କରନ୍ତୁ