ବିଗବସରେ ନଜର ଆସିବେ ରାକ୍ଷୀ ସାୱନ୍ତ ସ୍ୱାମୀଙ୍କ ସହ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ରିୟାଲିଟି ସୋ’ ବିଗ୍ ବସ୍ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବିଗ୍ ବସ୍ ଏକ ଲୋକ ପ୍ରିୟ ସୋ’ ।ଏଠାକୁ ବହୁତ ନାମିଦାମୀ କଳାକାର ଆସନ୍ତି । ତେବେ ଏଥର ସୋ’ରେ ନିଜ ସ୍ୱାମୀ ରିତେଶଙ୍କ ସହ ରାକ୍ଷୀ ସାୱନ୍ତ ମଧ୍ୟ ସାମିଲ ହେବେ । ସେପ୍ଟେମ୍ବର 29ରେ ସୋ’ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ସୋ’ରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖାଯିବ ବୋଲି ଜଣା ପଡ଼ିଛି ।
ନିଜ ଇନ୍ସଟାଗ୍ରାମରେ ଭିଡିଓ ପୋଷ୍ଟ କରି ରାକ୍ଷୀ କହିଛନ୍ତି ଯେ, ବିଗବସରେ ଖୁବ ଶୀଘ୍ର ମୋ ସ୍ୱାମୀଙ୍କ ଝଲକ ଆପଣ ଦେଖିବାକୁ ପାଇବେ । ତେବେ ରାକ୍ଷୀ ଓ ତାଙ୍କ ସ୍ୱାମୀ କେବଳ ଅତିଥି ଭୂମିକାରେ ନଜର ଆସିବେ ନା ବିଗବସର ପୁରା ସିଜିନରେ ସାମିଲ ହେବେ ତାହା ଜଣାପଡିନାହିଁ ।
ସୂଚନା ଥାଉ କି, ବିଗବସରେ ଏଥର ଟେଲି ସୋ ଅଭିନେତା ସିଦ୍ଧାର୍ଥ ଶୁକ୍ଲା, ମେଘନା ମଲ୍ଲିକ, ଦେବଲୀନା ଭଟ୍ଟାଚାର୍ଯ୍ୟ, ଆରତୀ ସିଂ ପ୍ରମୁଖ ସାମିଲ ହେବାକୁ ଯାଉଛନ୍ତି |


ସେୟାର କରନ୍ତୁ