ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେଲା

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର:ରାଜ୍ୟରେ କଂଗ୍ରେସର ସାଙ୍ଗଠନିକ ପରିସ୍ତିତିକୁ ଦେଖି ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପ୍ରକ୍ରିିୟା ଆରମ୍ଭ କରିଅଛି । 2019 ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା କଂଗ୍ରେସ । ତେଣୁ ରାଜ୍ୟରେ ଦଳର ସାଂଗଠନ ମଜବୁତ କରିବା ପାଇଁ ଏବେ ପୁଣି ଅଣ୍ଟା ଭିଡ଼ିଛି କଂଗ୍ରେସ ।
ଆଜି ରାଜ୍ୟର ସମସ୍ତ 33ଟି ସାଂଗଠନିକ ଜିଲ୍ଲାକୁ ପର୍ଯ୍ୟବେକ୍ଷକ ପଠାଯାଇଛି । ଏହି ପର୍ଯ୍ୟବେକ୍ଷକ ଜିଲ୍ଲା ସଭାପତିଙ୍କ ନାଁ ସୁପାରିଶ କରିବେ । ଗତ ନିର୍ବାଚନରେ ଦଳ ପାଇଁ କାମ କରିଥିବା ନେତାଙ୍କୁ ନେଇ ଛୋଟ ଛୋଟ କମିଟିର ପୁନର୍ଗଠନ ପ୍ରକ୍ରିୟା କରାଯାଉଛି । ଏଣିକି ପ୍ରଦେଶ କଂଗ୍ରେସ କମିଟିରେ ଜୋନ କମିଟି ରହିବ ନାହିଁ । ପୂର୍ବଭଳି ବ୍ଲକ କମିଟି ରହିବ । ବିଭିନ୍ନ ଲୋକଙ୍କ ସହ କଥା ହୋଇ ବ୍ଲକ ସଭାପତିଙ୍କ ନାଁ ଜଣାଇବେ । ଆସନ୍ତା 15 ତାରିଖ ସୁଦ୍ଧା ତାଲିକା ପଠାଇବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।


ସେୟାର କରନ୍ତୁ