କେନ୍ଦ୍ରମନ୍ତ୍ରୀଙ୍କୁ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଟାର୍ଗେଟ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଷ୍ଟାଡିଅମରେ ଏକ ବିଶାଳ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ । ଗୋଟିଏ ବର୍ଷରେ ଅନୁଗୁଳ ଢ଼େଙ୍କାନାଳକୁ 40 ଥର ଆସିଛନ୍ତି, କିନ୍ତୁ ସେ ଏହି ଅଞ୍ଚଳର ପାଇଁ କଣ କରିଛନ୍ତି? ଏତେ କ୍ଷମତାରେ ଥାଇ କଣ କରିଛନ୍ତି? ନିଜ ଅଞ୍ଚଳକୁ ଚାହିଁଥିଲେ ଉନ୍ନତି କରିପାରିଥାନ୍ତେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରହିଥିଲେ ସୁଦ୍ଧା ଢ଼େଙ୍କାନାଳରେ କେନ୍ଦ୍ରୀୟ ବିଦ୍ୟାଳୟ ଗୋଟିଏ ମଧ୍ୟ କାହିଁକି କରୁନାହାନ୍ତି ।

ଏହା ମଧ୍ୟ କହିଥିଲେ ଯେ, ଏହା କୌଣସି ରାଜନୈତିକ ନୁହେଁ, ଏହି ଜିଲ୍ଲାରୁ ପୂର୍ବରୁ ବ୍ରିଗେଡିୟର କେପି ସିଂଦେଓ ମନ୍ତ୍ରୀ ଥିଲା ସମୟରେ ଇଣ୍ଡିୟାନ ଇନ୍ସଚ୍ୟୁଟ ଅଫ ମାସ କମ୍ୟୁନିକେସନ, ବିରାଶାଳରେ ପାଇଲଟ ଟ୍ରେନିଂ ଇନ୍ସଚ୍ୟୁଟ ଲାଗିପଡ଼ି କରିଥିଲେ । ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ଥିଲେ, ସେ ସୁନ୍ଦରଗଡ ଜିଲ୍ଲାରେ ଗାଁ ଗାଁରେ ହଷ୍ଟେଲ ଖୋଲିଲେ, ଏବେବି ଜଣେ ମନ୍ତ୍ରୀ ଅଛନ୍ତି ବେଶେଶ୍ୱର ଟୁଡୁ ସବୁ ଜିଲ୍ଲାରେ ଆଦିବାସୀ ପିଲାମାନଙ୍କ ପାଇଁ ହଷ୍ଟେଲ ଖୋଲୁଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି କି, ଦକ୍ଷତା ବିକାଶ ମନ୍ତ୍ରୀ ଥିଲେ ସୁଦ୍ଧା ନିଜ ଅଞ୍ଚଳରେ କାହିଁକି ଗୋଟିଏ ହେଲେ ଦକ୍ଷତା ବିକାଶ କେନ୍ଦ୍ର ଖୋଲି ନାହାନ୍ତି । ଗୋଟିଏ ଦଶନ୍ଧି ଧରି କେନ୍ଦ୍ରମନ୍ତ୍ରୀ ରହିଥିଲେ ସୁଦ୍ଧା ନିଜ ଅଞ୍ଚଳ ପାଇଁ କିଛି କରିନାହାନ୍ତି । ଚାହିଁଥିଲେ ନିଜ ଅଞ୍ଚଳକୁ ସୁନାର ଅଞ୍ଚଳ କରିଥାନ୍ତେ । ଏହାସହ ପାଣ୍ଡିଆନ କହିଛନ୍ତି କି, ଆପଣ ଚାହିଁଥିଲେ ଏ ଅଞ୍ଚଳରେ ଶିକ୍ଷାନୀତି ବଢ଼ିଥାନ୍ତା, ଏଠାକାର ଲୋକେ ରୋଜଗାର ପାଇଥାନ୍ତେ । ଆପଣ ଚାହିଁଥିଲେ ପୁରା ଅଞ୍ଚଳର ରୂପାନ୍ତର କରିପାରିଥାନ୍ତେ ।


ସେୟାର କରନ୍ତୁ