ବଲିଉଡ୍‌ରେ ଦୁଇଜଣ ସବୁଠାରୁ ହ୍ୟାଣ୍ଡସମ ବୋଲି କହିଲେ କରୀନା

ସିନେମା
ସେୟାର କରନ୍ତୁ

ମୁମ୍ବାଇ:ବଲିଉଡ୍‌ କୁଇନ କରୀନା କପୂର ଜଣେ ସଫଳ ଅଭିନେତ୍ରୀ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ନାଁ କମାଇଛନ୍ତି ।ତାଙ୍କର ଦମଦାର ଅଭିନୟ ପ୍ରଦର୍ଶନ ପାଇଁ ଦର୍ଶକ ତାଙ୍କୁ ବେଶ ପସନ୍ଦ କରନ୍ତି।

ନିକଟରେ ଏକ ସାକ୍ଷାତକାରରେ ଜଣେ ମହିଳା ଆଙ୍କର କରୀନାଙ୍କୁ ପ୍ରଶ୍ନ ପଚାରିଥିଲେ, ବଲିଉଡ ଇଣ୍ଡଷ୍ଟ୍ରିରେ ସବୁଠାରୁ ହ୍ୟାଣ୍ଡସମ ଅଭିନେତା କିଏ? ଏହି ପ୍ରଶ୍ନର ଉତ୍ତରରେ କରୀନା ଦୁଇଜଣ ଅଭିନେତାଙ୍କ ନାଁ କହିଥିଲେ।ସେ କହିଥିଲେ ,ପ୍ରଥମେ ବଲିଉଡ୍‌ର ଅଭିନେତା ଶାହରୁଖ ଖାନ,ଦ୍ୱିତୀୟରେ ଦାଦା ରାଜ କପୂରଙ୍କ ନାଁ ନେଇଥିଲେ।

ବଲିଉଡ୍‌ର ଅଭିନେତା ଶାହରୁଖ ଖାନଙ୍କୁ କରୀନା ଛୋଟବେଳୁ ବହୁତ ପସନ୍ଦ କରନ୍ତି। ଶାହରୁଖଙ୍କ ଅଭିନୟ ଯାଦୁରେ କରୀନା ଜଣେ ବଡ଼ ପ୍ରଶଂସିକା । ଶାହରୁଖ ତାଙ୍କର ପ୍ରିୟ ଅଭିନେତା । ସେ ସବୁଠାରୁ ହ୍ୟାଣ୍ଡସମ ବୋଲି କରୀନା କହିଥିଲେ।

ଦ୍ବିତୀୟ​‌ରେ କରୀନା ତାଙ୍କ ଦାଦା ରାଜ କପୂରଙ୍କ ନାଁ କହିଥିଲେ। ରାଜ କପୂର ତାଙ୍କର ଆଦର୍ଶ ଏବଂ କରୀନ ତାଙ୍କ ଠାରୁ ବହୁତ କିଛି ଶିଖିଛନ୍ତି । ବଲିଉଡରେ ଶାହରୁଖ ଖାନ ଓ ରାଜ କପୂର ଦୁଇଜଣ ସବୁଠାରୁ ହ୍ୟାଣ୍ଡସମ ବୋଲି କରୀନା ଶେଷରେ କହିଥିଲେ।


ସେୟାର କରନ୍ତୁ