ପରଦାକୁ ଆସିବା ପରେ ଭଲ ଆୟ କରୁଛି ଆକ୍ସନ୍- ଥ୍ରୀଲର୍ ଫିଲ୍ମ ‘ୱାର୍’,ଆସନ୍ତୁ ଜାଣିବା କେମିତି ରୋଜଗାର ଅଛି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ପରଦାକୁ ଆସିବା ପରେ ଭଲ ଆୟ କରିଚାଲିଛି ଆକ୍ସନ୍- ଥ୍ରୀଲର୍ ଫିଲ୍ମ ୱାର୍ । ଏହି ଫିଲ୍ମରେ ଭରପୁର ମାତ୍ରାରେ ଆକ୍ସନ୍- ଥ୍ରୀଲର୍ ଦେଖିବାକୁ ମିଳୁଛି ।ଏଥିରେ ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ୍, ଟାଇଗର୍ ଶ୍ରଫ୍ ଓ ବାନି କପୁର ଅଭିନୟ କରିଛନ୍ତି । ଏଥିରେ କବିର୍ ଚରିତ୍ରରେ ହ୍ରିତିକ୍ ଓ ଖାଲିଦ୍ ଚରିତ୍ରରେ ଅଭିନେତା ଟାଇଗର୍ ଶ୍ରଫଙ୍କୁ ଦେଖିବାକୁ ମିଳିଛି । ପରଦାରେ ପରସ୍ପରର ଶତ୍ରୁ ଭାବେ ନଜର ଆସିଛନ୍ତି ହ୍ରିତିକ୍ – ଟାଇଗର୍ । ଏମାନଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିବାସହ ପ୍ରଶଂସା ମଧ୍ୟ କରୁଛନ୍ତି । ଅନ୍ୟପଟେ ହ୍ରିତିକ୍ ଓ ବାନି କପୁରଙ୍କ ରୋମାନ୍ସ ଏହି ସିନେମାକୁ ଆକର୍ଷଣିୟ କରିପାରିଛି ।
କେମିତି ଅଛି ଦୁଇ ଦିନର ରୋଜଗାର
ସିନେମାଟି ପ୍ରଥମ ଦିନରେ 51 କୋଟି 60 ଲକ୍ଷ, 2ୟ ଦିନରେ 23କୋଟି 10 ଲକ୍ଷ ରୋଜଗାର କରିବା ସହ ବର୍ଷର ହାଇଏଷ୍ଟ ଓପନିଂ ଫିଲ୍ମ ତାଲିକାରେ ସ୍ଥାନ ନେଇପାରିଛି । ଫିଲ୍ମର ବ୍ୟବସାୟକୁ ନେଇ ସିନେ କ୍ରିଟିକ୍ ତରନ ଆଦର୍ଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିଜ ଫିଲ୍ମର ସଫଳତାକୁ ନେଇ କେକ୍ କାଟି, ଆଇସ୍କ୍ରିମ୍ ଖାଇ ସେଲିବ୍ରେଟ୍ କରିଛନ୍ତି ଲିଡ୍ ଷ୍ଟାର୍ ହ୍ରିତିକ୍, ଟାଇଗର୍, ବାନି ଓ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ୟଶରାଜ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଫିଲ୍ମରେ ବିଶାଲ୍ -ଶେଖର୍ ସଙ୍ଗୀତର ଭାର ତୁଲାଇଛନ୍ତି । ଆଗାମୀ ଦିନରେ ଫିଲ୍ମଟି ଆହୁରି ଭଲ ରୋଜଗାର କରିବ ବୋଲି ସିନେ ସମୀକ୍ଷକ ମାନେ ଆଶା କରିଅଛନ୍ତି ।


ସେୟାର କରନ୍ତୁ