ଗୋଟିଏ ସପ୍ତାହରେ 150କରୋଡ କ୍ଲବରେ ସାମିଲ ହେବା ସମ୍ଭାବନା ଦେଖାଯାଇଛି,ଓ୍ଵାର୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତା ଟାଇଗର ଶ୍ରଫ୍ ଓ ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ ଓ୍ଵାର୍ ଏବେ ବକ୍ସ ଅଫିସରେ ଜବରଦସ୍ତ କମାଲ କରିଚାଲୁଛି । ପ୍ରଥମ ଦିନରେ 53.15କରୋଡ଼ ଆୟ କରିବା ପରେ ଚତୁର୍ଥ ଦିନରେ ଓ୍ଵାର୍ ଭଲ ଆୟ କରି ଚାଲୁଛି । ତିନି ଦିନରେ ଓ୍ଵାର୍ର କଲେକ୍ସନ 100.15କରୋଡ ରହିଛି । ଯାହା ଜଣାଯାଉଛି ଚତୁର୍ଥ ଦିନ ଶନିବାରରେ 25କରୋଡ ଆୟ ଫିଲ୍ମଟି କଲେକ୍ସନ କରିଅଛି ।ଏହା ସାଥିରେ ୱାର 125.15କରୋଡ ଆୟ କରିନେଇଛି ।
ତିନି ଦିନରେ ଏମିତି ରହିଥିଲା ଓ୍ଵାର୍ ଫିଲ୍ମର ଆୟ
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦେଶନାରେ ବନିଥିବା ଫିଲ୍ମ ଓ୍ଵାର୍ 2ଅକ୍ଟୋବରରେ ରିଲିଜ ହୋଇଥିଲା । ଫିଲ୍ମଟି ପ୍ରଥମ ଦିନ 53.15କରୋଡ ଆୟ କରିଥିଲା । 2ୟ ଦିନ ଗୁରୁବାରରେ ଫିଲ୍ମର ଆୟ ଟିକେ ସୁପ୍ତ ହୋଇଥିଲେ ମଧ୍ୟ 2ୟ ଦିନରେ ଫିଲ୍ମଟି 24.35କରୋଡ କମାଇ ପାରିଥିଲା । 3ୟ ଦିନ ସୁକୃବାରରେ ଫିଲ୍ମଟି 22.45କରୋଡ ଆୟ କରିଥିଲା । ତିନି ଦିନର ଆୟକୁ ଦେଖିଲେ ଫିଲ୍ମଟି 100କରୋଡ ପାର କରିଥିଲା । ଚତୁର୍ଥ ଦିନର କମାଇକୁ ଦେଖିଲେ ଜଣାଯାଉଛି ଯେ ,ଏହି ଫିଲ୍ମଟି ଗୋଟିଏ ସପ୍ତାହରେ 150କରୋଡ କ୍ଲବରେ ସାମିଲ ହେବା ସମ୍ଭାବନା ଦେଖାଯାଇଛି ।
ଏହି ଫିଲ୍ମଟିକୁ ଭାରତରେ 4000 ସ୍କ୍ରିନରେ ରିଲିଜ କରାଯାଇଥିଲା । ବିଦେଶରେ ଓ୍ଵାର୍ 1350 ସ୍କ୍ରିନ ଦିଆଯାଇଛି । ଏହି ଫିଲ୍ମଟିକୁ ଆଉ 200ସ୍କ୍ରିନ ଦିଆଯାଇଛି ।ଏହି ଫିଲ୍ମଟି କେତେ ଗୁଡିଏ ରେକର୍ଡ ଭାଙ୍ଗିଛି । 53.15କରୋଡ଼ର ପ୍ରଥମ ଦିନ ଆୟ ଅଧିକ ଆୟ କରିଥିବା ଫିଲ୍ମ ବନି ଯାଇଛି ।


ସେୟାର କରନ୍ତୁ