ଫିଲ୍ମ ତିଆରି କରିବେ ପ୍ରିୟଙ୍କା ନିଜ ବିବାହକୁ ନେଇ,ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍‌ କୁଇନ ପ୍ରିୟଙ୍କା ଚୋପ୍ରା ନିଜର ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରୁହନ୍ତି । ଏଇ ନିକଟ ଅତୀତରେ ତାଙ୍କର ନିକ୍‌ଙ୍କ ସହ ବିବାହ ହୋଇଯାଇଅଛି । ସେ ସେହି ବିବାହକୁ ନେଇ ଏକ ଫିଲ୍ମ ତିଆରି କରିବା କଥା କହିଥିଲେ । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା 15ଦିନ ହେବ ଭାରତରେ ରହି ନିଜ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ରହିଥିଲେ । ବିଭିନ୍ନ ରିୟାଲିଟି ସୋ’କୁ ଯାଇ ସେ ନିଜର ଆଗାମୀ ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କ୍‌ର ପ୍ରମୋସନ କରିବା ସହ ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ ଜଣାଇଥିଲେ । ଆସନ୍ତା ବର୍ଷ ସେ ଦୁଇଟି ଫିଲ୍ମର ସୁଟିଂ କରିବେ ବୋଲି ଜଣାଇଛନ୍ତି ।
ତାଙ୍କ କହିବା ମୁତାବକ, ମୁଁ 2ଟି ଇଂରାଜୀ ଫିଲ୍ମର ସୁଟିଂ କିଛି ଦିନ ତଳେ ପୂରା କରି ସାରିଅଛି । ଆଗକୁ କେଉଁ ସବୁ ଫିଲ୍ମର ସୁଟିଂ ହେବ, ତାହା ଏବେ ସ୍ଥିର ହୋଇ ପାରି ନାହିଁ । ଦୁଇଟି ଫିଲ୍ମର ପ୍ରଯୋଜନା ମୁଁ ନିଜେ କରିବି, ଏଇ ସବୁ ଫିଲ୍ମର କାହାଣୀ ଏବେ ଲେଖା ଯାଉଅଛି । ଦୁଇଟି ଫିଲ୍ମ ମଧ୍ୟରୁ ଗୋଟିଏ ମୁଁ ମାଇଣ୍ଡି କଲିଙ୍ଗ୍‌ଙ୍କ ସହ ବନାଉଛି । ଏହା ଏକ କମେଡି ଫିଲ୍ମ । ଏହି ଫିଲ୍ମଟି ମୋର ଓ ନିକ୍‌ଙ୍କ ବିବାହ ଉପରେ ଏହା ଆଧାରିତ ହେବ । ଫିଲ୍ମର ସୁଟିଂ ବିଦେଶ ସହ ଦିଲ୍ଲୀରେ ମଧ୍ୟ ହେବ ବୋଲି କହିଛନ୍ତି ।


ସେୟାର କରନ୍ତୁ