ସ୍ୱାମୀ ରିତେଶ କହିଲେ ,ରାକ୍ଷୀ ଖୁବ୍ ଶୀଘ୍ର ମାଆ ହୋଇ ପାରନ୍ତି

ସିନେମା
ସେୟାର କରନ୍ତୁ

ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ପାଇଁ ହେଉ କିମ୍ବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ଏପରିକି ନିକଟ ଅତୀତରେ ଜଣେ ଏନଆରଆଇ ଯୁବକଙ୍କୁ ବିବାହ କରିଥିବା କଥା ରାକ୍ଷୀ କହିଥିଲେ । ରାକ୍ଷୀଙ୍କର ଏଇଭଳି କଥାକୁ ନେଇ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ହୋଇଥିଲା। ପ୍ରକୃତରେ ରାକ୍ଷୀ ଜଣେ ଏନଆରଆଇ ଯୁବକ ରିତେଶଙ୍କୁ ବିବାହ କରିଛନ୍ତି। ନିକଟରେ ରାକ୍ଷୀ ଏକ ଭିଡିଓ ଶେୟାର କରିଥିଲେ,ସେଥିରେ ସେ ମାଆ ହେବାକୁ ଯାଉଛନ୍ତି ବୋଲି କହିଥିଲେ । ତାଙ୍କର ଏଭଳି କଥାକୁ ସହଜରେ କେହି ବିଶ୍ବାସ କରି ପାରି ନଥିଲେ।
ସୂଚନା ମୁତାବକ, ଏକ ସାକ୍ଷାତକାରରେ ରିତେଶଙ୍କୁ ତାଙ୍କ ବିବାହ ସଂପର୍କରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିଥିଲେ।ଯାହାର ଉତ୍ତରରେ ସେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ବିବାହ କରିଥିବା କଥା ସ୍ବୀକାର କରିଥିଲେ। ଗଣମାଧ୍ୟମ ସାମ୍ନାକୁ ଆସି କିଛି କହିବା ପାଇଁ ପସନ୍ଦ କରନ୍ତି ନାହିଁ ବୋଲି ରିତେଶ ମଧ୍ୟ କହିଥିଲେ। ରାକ୍ଷୀ ଗର୍ଭବତୀ ଅଛନ୍ତି କି ବୋଲି ରିତେଶଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନ ଉତ୍ତରରେ ସେ କହିଥିଲେ ଯେ , ରାକ୍ଷୀ ମାଆ ହେବା କଥା ମିଛି କଥା । କିନ୍ତୁ ରାକ୍ଷୀ ଖୁବ ଶୀଘ୍ର ଗର୍ଭବତୀ ହେଇପାରନ୍ତି ବୋଲି ରିତେଶ କହିଛନ୍ତି।


ସେୟାର କରନ୍ତୁ