ଧୋନୀ ଦଳକୁ ଫେରିବେକି ନାହିଁ 24ରେ ସ୍ପଷ୍ଟ ହେବ

ଖେଳ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ଭାଗ୍ୟ ଅକ୍ଟୋବର 24ରେ ନିର୍ଦ୍ଧାରିତ ହେବାକୁ ଯାଉଅଛି । ଧୋନୀ ଲମ୍ବା ବିଶ୍ରାମ ପରେ ଟିମ୍କୁ ଫେରିବେ କି ନାହିଁ ସେ ବିଷୟରେ ସିଲେକସନ୍ କମିଟି ସହ ଆଲୋଚନା ପରେ ଜଣାପଡିବ ବୋଲି ବିସିସିଆଇର ନୂଆ ଆଗାମୀ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ।

ଅନ୍ୟପକ୍ଷ୍ୟରେ ଧୋନୀ ଏଯାଏ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ନାହାନ୍ତି ଏବଂ ଚୟନକର୍ତ୍ତା ମଧ୍ୟ ବାରମ୍ବାର ସ୍ପଷ୍ଟ କରିସାରିଛନ୍ତି ଯେ, ସେମାନେ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ଵକପକୁ ଆଖି ଆଗରେ ରଖି ଆଗକୁ ବଢୁଛନ୍ତି ।

ବୁଧବାର ଇଡେନ ଗାର୍ଡେନରେ ଗଣମାଧ୍ୟମକୁ କ୍ରିକେଟରୁ ଧୋନୀଙ୍କ ସନ୍ୟାସ ନେବା ପ୍ରସଙ୍ଗରେ ଜବାବ ରଖି ଗାଙ୍ଗୁଲି କହିଛନ୍ତି, ଏ ବାବଦରେ ଧୋନୀଙ୍କୁ ପଚାରିବାର ଆବଶ୍ୟକତା ରହିଛି ।

ସେ ଅକ୍ଟୋବର 23ରେ କାର୍ଯ୍ୟଭାର ସମ୍ଭାଳିବା ପରେ ଆସନ୍ତା 24ତାରିଖରେ କ୍ୟାପଟେନ୍ କୋହଲି ଓ ଚୟନକର୍ତ୍ତାଙ୍କ ସହ ଆଲୋଚନା ପରେ ଯାଇ ଧୋନୀଙ୍କ ବିଷୟରେ ରାୟ ଦେଇ ପାରିବେ । ଏହା ପୂର୍ବରୁ ଚୟନକର୍ତ୍ତାଙ୍କ ବୈଠକ ଅକ୍ଟୋବର 21ରେ ହେବାର ଥିଲା ମାତ୍ର ଏହାକୁ ଅକ୍ଟୋବର 24କୁ ଘୁଞ୍ଚାଇ ଦିଆଯାଇଛି ।


ସେୟାର କରନ୍ତୁ