ଲଘୁଚାପ ଦୁର୍ବଳ ଦୀପାବଳି ସମୟରେ ପାଗ ଶୁଖିଲା ରହିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମସଃ ଦୁର୍ବଳ ହେବାରେ ଲାଗିଛି । ଫଳରେ ବର୍ଷା କମିବା ସହ ଆସନ୍ତାକାଲି ଠାରୁ ପାଗରେ ସୁଧାର ଆସିବାର ରହିଛି । ତେବେ ଏହାକୁ ନେଇ କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନ ଥିବା ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ । ତେବେ ରାଜ୍ୟର ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ଲାଗି ରହିବ ।

ମତ୍ସ୍ୟଜୀବୀଙ୍କ ପାଇଁ ସେଭଳି କିଛି ସତର୍କ ସୂଚନା ନାହିଁ । ଏହା ସହିତ ବାତ୍ୟା ନେଇ କୌଣସି ସୂଚନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ଦୀପାବଳି ବେଳକୁ ପାଗ ପ୍ରାୟତଃ ଶୁଖିଲା ରହିବ ।


ସେୟାର କରନ୍ତୁ