ଧୋନିଙ୍କୁ ନେଇ କଣ ସଙ୍କେତ ଦେଇଛନ୍ତି ଜାତୀୟ ଚୟନକର୍ତ୍ତା ଆସନ୍ତୁ ଜାଣିବା

ଖେଳ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କପ୍ତାନ ମହେନ୍ଦ୍ର ସିଂ ଧୋନୀଙ୍କ ଖେଳ ଅନିଶ୍ଚିତତା ଭିତରେ ଗତିକରୁଅଛି । କ୍ୟାପଟେନ କୁଲ ଆଉ ଭାରତୀୟ ଡ୍ରେସିଂ ରୁମରେ ଦେଖିବାକୁ ମିଳିବେକି ନାହିଁ ଆଗାମୀ ଦିନ ମାନଙ୍କରେ ଜଣାପଡିବ । ବାଂଲାଦେଶ ବିପକ୍ଷ ସିରଜ ପାଇଁ ଖେଳାଳି ଚୟନ ସମୟରେ କିଛି ଏମିତି ସଙ୍କେତ ଦେଇଛନ୍ତି ଜାତୀୟ ଚୟନକର୍ତ୍ତା ।

ଟି20 ଓ 50 ଓଭର ଫର୍ମାଟ ପାଇଁ ଧୋନୀ ଆଉ ଫିଟ୍ ହେଉନାହାନ୍ତି । ଏମିତି ସ୍ପଷ୍ଟଭାବେ କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମ ଏସ କେ ପ୍ରସାଦ। ଦଳ ଘୋଷଣାବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି,ଅଧିନାୟକ ବିରାଟ କୋହଲି,ଉପ ଅଧିନାୟକ ରୋହିତ ଶର୍ମାଙ୍କ ଉପସ୍ଥିତିରେ ଜାତୀୟ ଚୟନକର୍ତ୍ତା ସେମାନଙ୍କର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ଏଣିକି ଧୋନୀଙ୍କ ଜାଗାରେ ଯୁବ ୱିକେଟ କିପର ରିଷଭ ପନ୍ତ ଖେଳିବେ । ଯଦିଓ ନିକଟରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ତେବେବି ତାଙ୍କ ଉପରେ ଚୟନକର୍ତ୍ତା ଭରସା ରଖିଅଛନ୍ତି ।

ବିଶ୍ବକପ ସେମିରେ ଭାରତର ବିଦାୟ ପରେ ଚୟନକର୍ତ୍ତା ଧୋନୀଙ୍କ ସମ୍ପର୍କରେ ଏମିତି ଏକ ବଡ ଫଇସଲା ନେବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଥିଲେ । ଆଗାମୀ ଟି20 ବିଶ୍ବକପ ଓ 50 ଓଭର ଫର୍ମାଟ ବିଶ୍ବକପ ପାଇଁ ଏବେଠୁ ଦଳକୁ ଗୁରୁତ୍ୱ ସହ ଦଳ ନିର୍ମାଣର ଆବଶ୍ୟକତା ରହିଅଛି । ଏଥିପାଇଁ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଚୟନକର୍ତ୍ତା ଗୁରୁତ୍ବ ଦେଉଛନ୍ତି ।

ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିବା ନେଇ ଚୟନକର୍ତ୍ତାଙ୍କ ସହ ଧୋନୀ ସହମତ ବୋଲି କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ । ଧୋନୀଙ୍କ ପାଇଁ ଏବେ ଦୁଇଟି ବିକଳ୍ପ ରହିଅଛି । 38 ବର୍ଷ ବୟସ୍କ ଧୋନୀଙ୍କୁ ଦଳକୁ ଫେରିବାକୁ ହେଲେ ଘରୋଇ କ୍ରିକେଟରେ ଜୋରଦାର ପ୍ରଦର୍ଶନ କରିବାକୁ ହେବ ନଚେତ ଆଗାମୀ ଦିନରେ କ୍ରିକେଟରୁ ସନ୍ୟାସ ଘୋଷଣା କରିବାକୁ ହେବ ।


ସେୟାର କରନ୍ତୁ