ସଲମାନଙ୍କ ସହ ଆଫେୟାରକୁ ନେଇ କଣ କହିଲେ କେଟ୍ରିନା କୈଫ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ କୁଇନ କେଟ୍ରିନା କୈଫ ଓ ସଲମାନ ଖାନଙ୍କ ସମ୍ପର୍କ କାହାକୁ ଅଛପାନାହିଁ । ତଥାପି ସଲମାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି କେଟ୍ରିନା । ଏକ କାର୍ଯ୍ୟକ୍ରମ ଅବସରରେ ସଲମାନଙ୍କ ସହ ତାଙ୍କର ଗତ 12 ବର୍ଷ ହେଲା ଆଫେୟାର ଥିବା କଥା କହିଛନ୍ତି । ତେବେ ସେମାନଙ୍କ ସମ୍ପର୍କ ପ୍ରାୟ 16 ବର୍ଷର ହେବ । ସେମାନେ ପ୍ରଥମେ ପ୍ରଥମେ ପରସ୍ପରର ଭଳ ବନ୍ଧୁ ବୋଲି ନିଜକୁ କହୁଥିଲେ ।

ହେଲେ କେବେ ସେମାନେ ସେମାନଙ୍କର ସମ୍ପର୍କକୁ ନେଇ ସ୍ପଷ୍ଟ ରୂପେ କିଛି କହିନଥିଲେ । ତେବେ କେଟ୍ରିନାଙ୍କର ଏହି ବୟାନକୁ ନେଇ ସଲମାନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ମିଳିପାରିନାହିଁ । କେଟ୍ରିନା ଜଣେ ବ୍ରିଟିଶ ଇଣ୍ଡିଆନ ମଡେଲ ଓ ଅଭିନେତ୍ରୀ । ସେ ଅନେକ ବଲିଉଡ ଫିଲ୍ମରେ ଆକ୍ଟିଙ୍ଗ କରିବା ସହ ନିଜର ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରିରେ ଜଣେ ଆଗଧାଡିର ନାୟିକା ହୋଇପାରିଛନ୍ତି ।

ଆଜିର ଦିନରେ କେଟ୍ରିନା ଇଣ୍ଡଷ୍ଟ୍ରିର କେବଳ ଆଗଧାଡିର ନାୟିକା ଭାବେ ନୁହଁନ୍ତି ହାଇପେଡ୍ ମଧ୍ୟ । ବଲିଉଡର ଏକ୍ସ-କପଲଙ୍କ ନାମ ଧରାଯିବ ତେବେ ଏହି ଲିଷ୍ଟରେ କେଟ୍ରିନା ଓ ସଲମାନଙ୍କ ନାମ ସଭା ଶିର୍ଷରେ ରହିଛି । ହେଲେ ସେମାନେ କେବେ ସେମାନଙ୍କ ସମ୍ପର୍କକୁ ଖୋଲାଖୋଲି ମତ ପ୍ରକାଶ କରିନାହାନ୍ତି । ହେଲେ ଏତେ ବର୍ଷ ବିତିଗଲା ପରେ କେଟ୍ରିନା ପ୍ରଥମ ଥର ପାଇଁ ନିଜ ଆଡୁ ସଲମାନଙ୍କ ସହ ତାଙ୍କ ସମ୍ପର୍କ ଉପରୁ ପରଦା ଉଠାଇଛନ୍ତି ।

ସଲମାନଙ୍କ ସହ କେଟ୍ରିନା ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ସବୁ ଫିଲ୍ମରେ ଉଭୟଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି । ହେଲେ ମଝିରେ ମଝିରେ ସେମାନଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ବଶତଃ ସେମାନଙ୍କ ସମ୍ପର୍କରେ ଫାଟ ଆସିଥାଏ । ଏଣୁ ଉଭୟ ଆଉ ଏକତ୍ର ପରଦାରେ ଦେଖିବାକୁ ମିଳିନଥିଲେ । ତେବେ ପରେ ପୁଣି ସମ୍ପର୍କରେ ସୁଧାର ଆସିବା ଯୋଗୁ ଉଭୟ ଟାଇଗର ଜିନ୍ଦା ହୈ ଫିଲ୍ମଠାରୁ ପୁଣି ଏକତ୍ର କାମ କରିବା ଆରମ୍ଭ କରିଦେଇଛନ୍ତି ।


ସେୟାର କରନ୍ତୁ