‘ପତି ପତ୍ନୀ ଔର ଵୋ’ର ଦ୍ୱିତୀୟ ଦିନରେ ଭଲ ଆୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟାନ୍, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ପତି ପତ୍ନୀ ଔର ୱୋ ବକ୍ସ ଅଫିସରେ ଧମାଲ କରୁଛି । ଏହି ତିନି ଷ୍ଟାରଙ୍କ ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ ଧମାକାଦାର ଓପନିଙ୍ଗ କରିବା ସହ ଦ୍ଵିତୀୟ ଦିନରେ ମଧ୍ୟ ଫିଲ୍ମଟି ଭଲ କଲେକ୍ସନ କରିଅଛି ।

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର କଲେକ୍ସନକୁ ନେଇ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଫିଲ୍ମଟି ଦ୍ଵିତୀୟ ଦିନରେ 12.33 କୋଟିର ଭଲ ବିଜନେସ୍ କରିଛି । ଏହି ଦୁଇ ଦିନର ବ୍ୟବସାୟକୁ ମିଶାଇ ‘ପତି ପତ୍ନୀ ଔର ଵୋ’ ମୋଟ 21.43 କୋଟି ଆୟ କରି ସାରିଛି ।

ସେଠି ବଜେଟ୍ କଥା ଦେଖିବାକୁ ଗଲେ କିଛି ରିପୋଟର ମାନଙ୍କ ମୁତାବିକ ଫିଲ୍ମର ସମୁଦାୟ ବଜେଟ୍ 30 କୋଟି ରହିଛି । ଫିଲ୍ମର ଓପ୍ନିଗ ଵିକେଣ୍ଡ ଦେଖିବାତ କହିବା ଗଲତ ହେବନାହିଁ କି ଏହି ଫିଲ୍ମଟି ବହୁତ ଜଲ୍ଦି ନିଜର ପଇସା ବାହାର କରିବାରେ କାମିୟାବ ହେବ ।

ଫିଲ୍ମ ପ୍ରଥମ ଦିନରେ 9.10 କୋଟିର ବ୍ୟବସାୟ କରିଥିଲା । ଏହା ସାଥିରେ କାର୍ତ୍ତିକ ଆର୍ଯ୍ୟାନଙ୍କର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ଅଟେ । ଫିଲ୍ମରେ କାର୍ତ୍ତିକ, ଚିଣ୍ଟୁ ତ୍ୟାଗୀ ଭୂମିକାରେ ଅଛନ୍ତି । ଭୂମି ପେଡେନକର କାର୍ତ୍ତିକଙ୍କ ପତ୍ନୀ ଏବଂ ଅନନ୍ୟା ପାଣ୍ଡେ ଅଫିସ୍ ସେକ୍ରେଟାରୀ ଭୂମିକାରେ ଅଛନ୍ତି ।

ମୁଡ଼ଶର ଅଜିଜ ନିର୍ଦେଶିତ ‘ପତି ପତ୍ନୀ ଔର ଵୋ’ । 1978ରେ ଆସିଥିବା ସଂଜୀବ କପୁର,ବିଦ୍ୟା ସିଂନ୍ହ। ଏବଂ ରଂଜିତା କୌରଙ୍କର ‘ପତି ପତ୍ନୀ ଔର ଵୋ’ର ରିମେକ ।ଡିରେକ୍ଟର ଏହି ଫିଲ୍ମରେ ମଡ଼ର୍ନ କନସେପ୍ଟ ସହ ଭରପୁର ମସ୍ତି ଏବଂ ମନୋରଂଜନର ଡୋଜ ଦେଇଛନ୍ତି ।


ସେୟାର କରନ୍ତୁ