ନିକ୍ ଓ ପ୍ରିୟଙ୍କା ପ୍ରଥମ ବିବାହ ବାର୍ଷିକୀକୁ ନେଇ ନିକ୍ କଣ କହିଲେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ନିକ୍ ଜୋନସ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ଡିସେମ୍ବର 1ତାରିଖରେ ବର୍ଷେ ପୂରିଯିବ । ସେମାନେ ଦୁହେଁ ଗତବର୍ଷ ଡିସେମ୍ବର 2ତାରିଖରେ ଜୋଧପୁରର ଉମ୍ମେଦ ଭବନରେ ହିନ୍ଦୁ ଏବଂ ଖ୍ରୀଷ୍ଟାନ ରୀତିରେ ବିବାହ କରିଥିଲେ । ସେମାନଙ୍କ ବିବାହକୁ ଏବେ ବର୍ଷେ ପୂରିବାକୁ ଥିବା ବେଳେ ପ୍ରଥମ ବିବାହ ବାର୍ଷିକୀକୁ କିଛି ଖାସ୍‌ କରିବାକୁ ନେଇ ନିକ୍ ଜୋନସ୍ ବଡ଼ ଯୋଜନା କରିଛନ୍ତି ।

ନିକ୍ ଜୋନସ୍ କହିଛନ୍ତି, ପ୍ରିୟଙ୍କାଙ୍କୁ ସରପ୍ରାଇଜ ଦେବାପାଇଁ ସେ ଏବେ ଏହା ବିଷୟରେ କିଛି କହି ପାରିବେ ନାହିଁ । ଏପରି ମଧ୍ୟ ହୋଇପାରେ ଯେ ସେ ଏବେ ଦେଖୁଥାଇପାରନ୍ତି । ତାଙ୍କର କୌଣସି ପ୍ଲାନ୍ ଖରାପ ନହେଉ ବୋଲି ସେ ଚାହଁନ୍ତି ।

ଏହା ସହିତ ନିକ୍ ମଧ୍ୟ ଆହୁରି କହିଛନ୍ତି ଯେ ‘ ସେମାନେ ଦୁହେଁ ସ୍ବାମୀ-ସ୍ତ୍ରୀ ଭାବରେ ଖୁବ ଶୀଘ୍ର ଦୁହେଁ ଦୁହିଁଙ୍କୁ ଆଡଜଷ୍ଟ କରିପାରିଛନ୍ତି ବୋଲି ସେ ଅନୁଭବ କରୁଛନ୍ତି । ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ଅଛନ୍ତି ଏବଂ ନେଟଫ୍ଲିକ୍ସର ପ୍ରୋଜେକ୍ଟ ‘ଦ ହ୍ବାଇଟ୍ ଟାଇଗର’ର ସୁଟିଙ୍ଗ କରୁଛନ୍ତି ।

ପ୍ରିୟଙ୍କା ଚୋପ୍ରା ଶେଷ ଥର ପାଇଁ ‘ଦ ସ୍କାଏ ଇଜ ପିଙ୍କ’ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମର ନିର୍ଦେଶନାର ଭାର ସୋନାଲି ବୋଷ ତୁଲାଇଥିଲେ । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟତୀତ ଫରହାନ ଅଖତର,ଜାୟରା ଓ ୱାସିମ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।


ସେୟାର କରନ୍ତୁ