ରାନୁ ମଣ୍ଡଳ ମୁହଁରେ ମେକ୍‌ଅପ୍‌ ନେଇ ର଼୍ୟାମ୍ପରେ,ଭାଇରାଲ ହେଲା ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ରେଳ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ଅଚାନକ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟି ଯାଇଥିଲେ । ଲତା ମଞ୍ଜେସ୍କରଙ୍କ ଏକ ଗୀତ ରାନୁ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ଧରିଥିଲା ।

ଏହାପରେ ଏହି ଭାଇରାଲ ଭିଡିଓଟି ପ୍ରଖ୍ୟାତ ବଲିଉଡ ଗାୟକ ତଥା ସଂଗୀତ ନିର୍ଦେଶକ ହିମେଶ ରେଶମିୟାଙ୍କ ନଜରକୁ ଆସିଥିଲା ଏବଂ ହିମେଶ ମଧ୍ୟ ତାଙ୍କୁ ଗୀତ ଗାଇବାର ଅଫର୍‌ ମଧ୍ୟ ଦେଇଥିଲେ । ରାନୁ ଗାଇଥିବା ଗୀତ ‘ତେରି ମେରି କାହାନୀ’ ଥିଲା ଏବଂ ଏହା ମଧ୍ୟ ଭାଇରାଲ ହେବା ସହ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

ଏବେ କିଛିଦିନ ହେବ ରାନୁମଣ୍ଡଳଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଥିବାର ଦେଖା ଯାଇଛି । ଯେଉଁଥିପାଇଁ ରାନୁଙ୍କ ପ୍ରଶଂସକମାନେ ତାଙ୍କୁ ଟିକେ ବ୍ୟବହାର ଶିଖନ୍ତୁ ବୋଲି ପରାମର୍ଶ ଦେଇଥିଲେ । ସୋସିଆଲ ମିଡିଆରେ ବ୍ୟବହାରକାରୀ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ନିକଟରେ ଆୟୋଜିତ ଏକ ଫ୍ୟାଶନ୍‌ ସୋ’ରେ ରାନୁ ମଣ୍ଡଳ ମୁଣ୍ଡରେ ଗୋଲାପ ଏବଂ ମୁହଁରେ ମେକ୍‌ଅପ୍‌ ନେଇ ର଼୍ୟାମ୍ପରେ ଚାଲିଥିଲେ । ଯାହାର ଫଟୋ କିଛି ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିଲା । ଏହି ଫଟୋ ସାମ୍ନାକୁ ଆସିବା ପରେ ରାନୁଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରିଛନ୍ତି ।


ସେୟାର କରନ୍ତୁ