ଅମିର୍‌ ଖାନ୍‌ଙ୍କ ଝିଅ ଇରା ଖାନ୍‌ଙ୍କ ଅଲଗା ଅଲଗା ଲୁକ୍‌ର ଫଟୋକୁ ନେଇ ଚର୍ଚ୍ଚା

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିର୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଗୋଟିଏ ପଟେ ଚର୍ଚ୍ଚା ଚାଲିଥିବା ସମୟରେ ଅନ୍ୟ ପଟରେ ତାଙ୍କ ଝିଅ ଇରା ଖାନ୍‌ଙ୍କ ପ୍ରଫେସନାଲ ଲାଇଫ୍‌ ଓ ପର୍ସନାଲ ଲାଇଫ୍‌ ନେଇ ଖୁବ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସମୟରେ ବିଭିନ୍ନ ଲୁକ୍‌ରେ ଇରା ଫଟୋ ସୁଟ୍‌ କରିବାରେ ଖୁବ ବ୍ୟସ୍ତ ଅଛନ୍ତି । ଯାହା ଏବେ ସାମ୍ନାକୁ ଆସିଛି ।

ସବୁବେଳେ ସାଧାରଣ ଦେଖିବା ଝିଅ ଇରା ଏହି ଫଟୋ ଗୁଡିକରେ ଖୁବ ଗ୍ଲାମର୍ସ ଏବଂ ହଟ ଦିଶୁଛନ୍ତି । ଏହି ଫଟୋ ଗୁଡିକରେ ତାଙ୍କର ଷ୍ଟାଇଲ ଏବଂ ଅନ୍ଦାଜ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସୁଛି ।

ଇରା ଅଲଗା ଅଲଗା ପୋଷାକରେ ଜଙ୍ଗଲରେ ଫଟୋ ସୁଟ୍‌ କରି ଦର୍ଶକମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରୁଛନ୍ତି । ଏହି ଫଟୋ ଗୁଡିକ ମଧ୍ୟରୁ କିଛି ରାତିରେ ସୁଟ୍‌ ହୋଇଥିବା ଭଳି ଦେଖାଯାଉଛି । ଇରା ଡିଜାଇନ ପୋଷାକ ଗୁଡିକରେ ଅତି ସୁନ୍ଦର ଦେଖାଯାଉଛନ୍ତି ।

କିଛି ଦିନ ତଳେ ଇରା ଅଭିନୟକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଠିକ୍ ସମୟରେ ଠିକ୍ କାମ କରିବା ଉଚିତ୍ । ତେଣୁ ସମୟ ଆସିଲେ ଅଭିନୟ ପ୍ରତି ତାଙ୍କର କେତେ ରୁଚି ରହିଛି ତାହା ଆପଣମାନେ ଜାଣି ପାରିବେ ବୋଲି ଇରା କହିଥିଲେ ।


ସେୟାର କରନ୍ତୁ