ସଲମାନ ଓ ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା, କେମିତି ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ କୁଇନ ପ୍ରିୟଙ୍କା ଚୋପଡା ଲମ୍ବା ବ୍ୟବଧାନର ସମୟ ପରେ ‘ଦ ସ୍କାଏ ଇଜ ପିଙ୍କ’ ଜରିଆରେ ଅଭିନୟ କରି ବଲିଉଡ୍କୁ ଫେରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟ ଯାଦୁରେ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି । ବେଳେବେଳେ ପ୍ରିୟଙ୍କା ମଧ୍ୟ ଫିଲ୍ମ ବ୍ୟତୀତ ନିଜ ସ୍ବାମୀ ନିକ୍ ଏବଂ ଶାଶୂ ଘରର ସଦସ୍ୟ ମାନଙ୍କ ପାଇଁବି ଚର୍ଚ୍ଚାରେ ରହିଥାନ୍ତି ।

ଚଳିତ ବର୍ଷ ଇଣ୍ଟରନେଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଥିବା ବଲିଉଡ୍ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପଡା । ନିକଟରେ ‘ସେମରୁସ’ ନାମକ କମ୍ପାନୀ ଏକ ଇଂରାଜି ୱେବସାଇଟ୍ ପାଇଁ ଏକ ସର୍ଭେ କରିଥିଲା । ଯେଉଁ ସର୍ଭେ ଅନୁଯାୟୀ ବଲିଉଡର ସର୍ବଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା ଚୋପଡା ।

ରିପୋର୍ଟ ମୁତାବକ, 2019 ମସିହା ଇଣ୍ଟରନେଟରେ ଆକ୍ଟର ପ୍ରିୟଙ୍କାଙ୍କୁ 27.4 କୋଟି ଥର ସର୍ଚ୍ଚ କରାଯାଇଅଛି । ଏହି ତାଲିକାରେ ଯଥାକ୍ରମେ ପ୍ରିୟଙ୍କାଙ୍କ ବ୍ୟତୀତ ଆକ୍ଟର ଦୀପିକା ପାଦୁକୋନ୍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ହଟ୍ ଅଭିନେତ୍ରୀ ସନୀ ଲିୟନୀ ଯାହାକୁ ମଧ୍ୟ ଅଧିକ ଥର ଇଣ୍ଟରନେଟରେ ସର୍ଚ୍ଚ କରାଯାଇଛି ।

ଏହି ସର୍ଭେରୁ ଜଣାଯାଇଛି ଯେ, 2019 ମସିହାରେ ସଲମାନ ଖାନଙ୍କୁ 18 ଲକ୍ଷରୁ ଅଧିକ ଥର ସର୍ଚ୍ଚ କରାଯାଇଛି । ସୁପରଷ୍ଟାରଙ୍କ ଲିଷ୍ଟରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତାଙ୍କ ମଧ୍ୟରେ ଶାହରୁଖ ଦ୍ବିତୀୟ ସ୍ଥାନ ଓ ଅମ୍ରେଶ ପୁରୀ ତୃତୀୟ ସ୍ଥାନରେ ଅଛନ୍ତି ।

ତେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଆମେରିକାରେ ତାଙ୍କ ସ୍ୱାମୀ ନିକଙ୍କ ସହ ମିଶି ଲସ ଏମଜଲେସରେ ଏକ ନୂଆ ଘର କିଣିଛନ୍ତି । ଯାହାର ମୂଲ୍ୟ 20 ମିଲିୟନ ଡଲାର ଯାହାକି ଭାରତୀୟ ମୁଦ୍ରା ଅନୁସାରେ ହେଉଛି 144 କୋଟି ଟଙ୍କା ହେବ ।


ସେୟାର କରନ୍ତୁ