ଗାଈର ନାମ ସୋଲୋନୀ ବାଛୁରୀର ନାମ କଣ ରଖିଲେ ଅମିତାଭ, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ ମହାନାୟକ ତଥା ବିଗ ବି ଅମିତାଭ ବଚ୍ଚନଙ୍କୁ କେବିସିରେ ଜଣେ ପ୍ରତିଯୋଗୀ ଏଭଳି କିଛି ପ୍ରଶ୍ନ ରଖିଥିଲେ ଯେ ଯାହାକୁ ନେଇ ଅମିତାଭ କିଛି ସମୟପାଇଁ ଦ୍ଵନ୍ଦରେ ପଡିଯାଇଥିଲେ । ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବା ସହ ପ୍ରଶଂସା ସାଉଁଟିବାରେ ଲାଗିଛି । ଅନେକ ଲୋକ ଏ ଭିଡିଓଟିକୁ ଦେଖି ନିଜ ହସକୁ ରୋକି ପାରୁନାହାନ୍ତି ।

ସୋମବାର ଦିନ ପ୍ରସାରିତ ହୋଇଥିବା ‘କୋନ ବନେଗା କରୋଡ଼ପତି’ରେ ହରିୟାଣାର ପ୍ରତିଯୋଗୀ ପ୍ରତୀକ ଅଂଶଗ୍ରହଣ କରିଥିଲେ । ଉଭୟ ଅମିତାଭ ଓ ପ୍ରତୀକଙ୍କ ମଧ୍ୟରେ ବହୁ ସମୟ ଧରି ଜବରଦସ୍ତ ମସ୍ତି ହୋଇଥିଲା । ତେବେ ଅମିତାଭଙ୍କୁ ପ୍ରତୀକ କହିଥିଲେ କି ଗ୍ରାମରେ ଗାଈଟି ବାଛୁରୀଟିଏ ଜନ୍ମ ଦେଇଛି । ଗାଈର ନାମ ହେଉଛି ସୋଲୋନୀ ହେଲେ ବାଛୁରୀଟିର ନାମ କଣ ରଖିବି ଆପଣ କୁହନ୍ତୁ ।

ଅମିତାଭ ବାଛୁରୀର ନାମ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ପ୍ରତୀକ । ଅମିତାଭ ଯାହାକୁ ନେଇ ପ୍ରଥମେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ । କିନ୍ତୁ କିଛି ସମୟ ଚିନ୍ତା କଲା ପରେ ଅମିତାଭ ସୋଲୋନୀର ପ୍ରଥମ ଓ ଶେଷ ଅକ୍ଷରକୁ ନେଇ ବାଛୁରୀର ନାମ ସୋନି ବୋଲି କହିଥିଲେ । ଏକଥା ଶୁଣି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ହସି ହସି ବେଦମ ହୋଇଯାଇଥିଲେ ।


ସେୟାର କରନ୍ତୁ