ସଲମାନଙ୍କ ସହ ନାୟିକା ଭୂମିକାରେ ଆସି ଥିବା ଏହି ଅଭିନେତ୍ରୀ ଆଜି ବି ସଂଘର୍ଷ କରୁଛନ୍ତି ପରଦାକୁ ଫେରିବାକୁ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ସହ ଅଭିନେତ୍ରୀ ପୂଜା ଡଡ୍‌ୱାଲ ବୀର୍‌ଗତି ଫିଲ୍ମରେ ନାୟିକା ଭୂମିକାରେ ନଜର ଆସିଥିଲେ । ପୂଜା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ । ସେହି ସମୟରେ ସଲମାନ ଖାନ ପୂଜାଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢ଼ାଇଥିଲେ । ଆଜି ବି ମଧ୍ୟ ଏହି ଅଭିନେତ୍ରୀ ଜଣଙ୍କ ସଲମାନଙ୍କୁ ନିଜର ଭଗବାନ ଭଳି ବିବେଚନା କରନ୍ତି । ପୂଜା ବର୍ତମାନ ସୁସ୍ଥ ସେ ଏକ ଟିଫିନ ସେଣ୍ଟର ଚଳାଇଛନ୍ତି ।

ସେ ପୁଣି ଫିଲ୍ମ ଦୁନିଆକୁ ଆଉ ଥରେ ଫେରିବା ପାଇଁ ନିଜର ପ୍ରୟାସ ଜାରିରଖିଛନ୍ତି । ତାଙ୍କର ଏବେବି ଦୃଢ଼ ବିଶ୍ୱାସ ଯେ ସେ ପରଦା ଉପରକୁ ଫେରିବେ । ତାଙ୍କର ଆର୍ଥିକ ଅବସ୍ଥା ଏତେଟା ସ୍ଵଛଳ ନ ଥିବାରୁ ସେ ବର୍ତମାନ ବାଧ୍ୟ ହୋଇ ଏକ ଟିଫିନ୍ ସେଣ୍ଟର ଖୋଲିଛନ୍ତି । ଏକ ସାକ୍ଷାତକାର ଦେଇ ପୂଜା ଏ ସଂପର୍କରେ ନିଜେ କହିଛନ୍ତି ।

ସେ କହିବା ମୁତାବକ, ସେ ଫିଲ୍ମରେ କାମ କରିବା ପାଇଁ ବହୁ ପ୍ରଯୋଜକ ଓ ନିର୍ଦେଶକଙ୍କ ପାଖକୁ ଯାଇଛନ୍ତି । ହେଲେ ତାଙ୍କୁ କାମ ନ ମିଳିବରୁ ତାଙ୍କୁ ନିରାଶ ହେବାକୁ ପଡିଛି । ତେଣୁ ସେ ବାଧ୍ୟ ହୋଇ ଏକ ଟିଫିନ୍ ସେଣ୍ଟର ଖୋଲିଛନ୍ତି । ଯାହାଫଳରେ ସେ ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ପୂଜାଙ୍କ ବନ୍ଧୁ ଡାକ୍ତର ରାଜେନ୍ଦ୍ର ସିଂହ ଏକ ଟିଫିନ୍ ସେଣ୍ଟର ଖୋଲିବା ଲାଗି ତାଙ୍କୁ ପରାମର୍ଶ ଦେଇଥିଲେ । ତେଣୁ ବନ୍ଧୁଙ୍କ ପରାମର୍ଶକୁ ମୁତାବକ ସେ ଏକ ଟିଫିନ ସେଣ୍ଟର ଆରମ୍ଭ କରିଛନ୍ତି । ବନ୍ଧୁ ଡାକ୍ତର ରାଜେନ୍ଦ୍ର ମଧ୍ୟ ଏହି ଟିଫିନ୍ ସେଣ୍ଟର ଖୋଲିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିବା କଥା ପୂଜା କହିଛନ୍ତି ।


ସେୟାର କରନ୍ତୁ