ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ 20 ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ବାଦ ପଡିଲେ ମହେନ୍ଦ୍ର ସିଂ ଧୋନୀ

ଖେଳ
ସେୟାର କରନ୍ତୁ

ମୁମ୍ବାଇ: ବିସିସିଆଇ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟି-20 ସିରିଜ୍ ପାଇଁ ଆଜି ଦଳ ଘୋଷଣା କରିଛି । ତେବେ ଭାରତୀୟ ଦଳର କ୍ୟାପଟେନ କୁଲ ଭାବରେ ପରିଚିତ ମହେନ୍ଦ୍ର ସିଂ ଧୋନି ଖେଳିବାକୁ ନେଇ ଚୟନକର୍ତ୍ତାଙ୍କ ବିଶ୍ୱାସ ଭାଜନ ହୋଇପାରି ନାହାନ୍ତି । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିପାକ୍ଷିକ ସିରିଜରେ 3ଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ 3ଟି ଟି-20 ମ୍ୟାଚ୍ ଖେଳାଯିବାର ରହିଛି ।

ତେବେ ଡିସେମ୍ବର 6ରେ ମୁମ୍ବାଇରେ ପ୍ରଥମ, ତିରୁଅନନ୍ତପୁରମରେ ଡିସେମ୍ବର 8ରେ ଦ୍ଵିତୀୟ ଓ ଡିସେମ୍ବର 11ରେ ହାଇଦ୍ରାବାଦରେ ତୃତୀୟ ଯଥାକ୍ରମେ 3ଟି ଟି-20 ମ୍ୟାଚ୍ ଖେଳାଯିବ । ସେହିଭଳି ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡିସେମ୍ବର 15ରେ ଚେନ୍ନାଇରେ ଖେଳାଯିବ। ଦ୍ଵିତୀୟ ଦିନିକିଆ ଡିସେମ୍ବର 18 ଏବଂ ତୃତୀୟ ଦିନିକିଆ ଡିସେମ୍ବର 22ରେ କଟକରେ ଖେଳାଯିବ ।
ଟି-20 ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, କେଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ଵର କୁମାର।

ଦିନିକିଆ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, କେଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ଶିବମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ଵର କୁମାର।


ସେୟାର କରନ୍ତୁ