ଲଗାତାର ସଫଳତା ପରେ ରିତିକ୍ ରୋଶନ ନିଜର ପାରିଶ୍ରମିକ ବଢ଼ାଇଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ରିତିକ୍ ରୋଶନ ଲଗାତାର ସୁପରହିଟ୍ ଫିଲ୍ମ ମାନ ଦେଇ ଦର୍ଶକମାନଙ୍କର ମନୋରଞ୍ଜନ କରିଚାଲୁଛନ୍ତି । ତେବେ ଶୁଣିବାକୁ ମିଳୁଛି ତାଙ୍କ ଫିଲ୍ମ ଗୁଡିକ ବକ୍ସ ଅଫିସରେ ଭଲ ରେଜଲ୍ଟ କରୁଥିବାରୁ ସେ ନିଜର ପାରିଶ୍ରମିକ ବଢ଼ାଇଥିବା କଥା କୁହାଯାଉଛି ।

ଖାସକରି ତାଙ୍କ ଅଭିନୀତ ଫିଲ୍ମ ‘ୱାର୍’ ବକ୍ସ ଅଫସରେ 430 କୋଟରୁ ଅଧିକ ଆୟ କରିବାପରେ ରିତିକ୍ ରୋଶନ ନିଜର ଫିସ୍ ବଢ଼ାଇଛନ୍ତି । ତେବେ ସେ ନୂତନ ସିନେମା ପାଇଁ କେତେ ଟଙ୍କା ନେବେ ତାହା ଏଯାଏ ଜଣାପଡ଼ିନାହିଁ, କାରଣ ନିକଟରେ ସେ କୌଣସି ଫିଲ୍ମ ସାଇନ୍ କରି ନାହାନ୍ତି ।

ସୂଚନାଯୋଗ୍ୟ, ଅଭିନେତା ରିତିକ୍ ରୋଶନ 2000 ସମସିହାରୁ ବ୍ଲକବଷ୍ଟର ମୁଭି ‘କହୋନା ପ୍ୟାର ହେ’ରୁ ନିଜର କ୍ୟାରିୟର ଆରମ୍ଭ କରି ଗତ 19ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ଏହି 19ବର୍ଷ ମଧ୍ୟରେ ସେ ଦର୍ଶକଙ୍କ ଠାରୁ ଅନେକ ହିଟ୍ ଫିଲ୍ମ ଦେଇ ବହୁତ ପ୍ରଶଂସା ସାଉଁଟିଛନ୍ତି ।

ଗତ କିଛି ଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ୱାର୍’ ରିଲିଜ୍ ହୋଇଥିଲା, ଯାହା 2019ର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଥିଲା । ତା’ପୂର୍ବରୁ ତାଙ୍କ ଅଭିନୀତ ‘ସୁପର 30’ଏବଂ ‘କାବିଲ’ ପରି ଫିଲ୍ମ ବି ମଧ୍ୟ ସୁପରହିଟ୍ ହୋଇଛି ।


ସେୟାର କରନ୍ତୁ