‘ଦାଦା ସାହେବ ଫାଲ୍‌କେ ଆୱାର୍ଡ 2020’ ହ୍ରିତିକ୍‌ଙ୍କ ସାଥିରେ ଟିଭି ଅକ୍ଟ୍ରସ ଦିବ୍ୟଙ୍କା ମଧ୍ୟ ବାଜି ମାରିଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍‌କେ ଇଣ୍ଟରନ୍ୟାଶ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଆୱାର୍ଡସ୍‌- 2020’ କାର୍ଯ୍ୟକ୍ରମ । ଏଥିରେ ବାଜି ମାରିଛି ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ‘ସୁପର 30’ । ଏହି ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବା ବେଳେ ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ।

ଏଥିସହ ଏହି ଆୱାର୍ଡ ଇବେଣ୍ଟରେ ମଧ୍ୟ ଟିଭି ଇଣ୍ଡଷ୍ଟ୍ରିର ବୋଲବଲ ରହିଛି । ଟିଭି ସିରିଏଲ ‘ୟେ ହେ ମୋହବତେ’ର ପ୍ରମୁଖ ଅକ୍ଟ୍ରସ ରହିଥିବା ଦିବ୍ୟଙ୍କା ତ୍ରିପାଠୀଙ୍କୁ ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି । ସେ ୱେବ ସିରିଜ ‘କୋଲ୍ଲଡ଼ ଲସି ଏବଂ ଚିକନ ମସାଲା’ରେ ମଧ୍ୟ କାମ କରିଛନ୍ତି । ତେବେ ଦିବ୍ୟଙ୍କାଙ୍କ ବ୍ୟତୀତ ଟିଭି କଳାକାର ଧୀରଜ ଧୁପରଙ୍କୁ ମଧ୍ୟ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଅଛି । ଆଉ କେଉଁମାନେ କେଉଁ ବର୍ଗରେ ଏହି ପୁରସ୍କାର ପାଇଛନ୍ତି,ଆସନ୍ତୁ ଜାଣିବା ।


ମୋଷ୍ଟ ପ୍ରୋମିସିଂ ଆକ୍ଟର: କିଚ୍ଚା ସୁଦୀପ୍

ଶ୍ରେଷ୍ଠ ଗାୟିକା: ତୁଳସୀ କୁମାର୍

ଶ୍ରେଷ୍ଠ ଗାୟକ: ଅର୍‌ମାନ ମଲ୍ଲିକ

ମୋଷ୍ଟ ଫେଭରେଟ୍‌ ଟେଲିଭିଜନ୍‌ ଆକ୍ଟର: ହର୍ଷଦ ଚୋପ୍ରା

ଶ୍ରେଷ୍ଠ ଟେଲି ଅଭିନେତ୍ରୀ: ଦିବ୍ୟଙ୍କା ତ୍ରିପାଠୀ (ୟେ ହୈ ମୋହବତେଁ)

ଶ୍ରେଷ୍ଠ ଟେଲି ଅଭିନେତା: ଧୀରଜ ଧୂପର୍ (କୁଣ୍ଡଲି ଭାଗ୍ୟ)
ଶ୍ରେଷ୍ଠ ଟେଲିଭିଜନ୍‌ ଧାରାବାହିକ: କୁମ୍‌କୁମ୍‌ ଭାଗ୍ୟ

ଶ୍ରେଷ୍ଠ ଟେଲିଭିଜନ୍‌ ଯୋଡ଼ି: ଶ୍ରୁତି ଝା ଓ ଶବୀର ଆଲୁୱାଲିଆ

ଶ୍ରେଷ୍ଠ ୱେବସିରିଜ୍ ଅଭିନେତ୍ରୀ: ଦିଆ ମିର୍ଜା

ଶ୍ରେଷ୍ଠ ଆଙ୍କର୍: ମନୀଷ ପଲ୍‌

ଶ୍ରେଷ୍ଠ ଡିଜିଟାଲ୍‌ ଫିଲ୍ମ: ୟୋର୍ସ ଟ୍ରୁଲି

ଶ୍ରେଷ୍ଠ ରିଆଲିଟି ଶୋ’: ବିଗ୍‌ ବସ୍‌ 13

ଡିକେଡ୍‌ ଷ୍ଟାର୍‌ 2020: ଅନୁପମ ଖେର୍


ସେୟାର କରନ୍ତୁ