ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ବ୍ୟବସାୟରେ ଅର୍ଥ ବିନିଯୋଗ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ି ଚାଲିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦୀର୍ଘଦିନର ଆଶାପୂରଣ ହୋଇପାରେ। ଅର୍ଥ ମିଳିବ। ସୌଭାଗ୍ୟ ଉଦୟ ହେବ।
ବୃଷ: ବ୍ୟବସାୟ ଲାଭଜନକ ହେବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ମନରେ ଦୁଶ୍ଚିନ୍ତା ଜାତ ହୋଇପାରେ। କାର୍ୟ୍ୟରେ ବାଧାବିଘ୍ନ ଦେଖାଦେବ। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଭାବରେ ପଞ୍ଚଗ୍ରହକୂଟ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ।
ମିଥୁନ: ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ସମ୍ମାନିତ ହେବେ। ବନ୍ଧୁ ମିଳନ ଘଟିବ। ଚେଷ୍ଟା ସଫଳ ହେବ।
କର୍କଟ: ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି। ନିରବ ଚିନ୍ତକ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସର୍ବସୁଖ ଲାଭ କରିପାରନ୍ତି। ସତ୍ୟାନୁରକ୍ତ ହୋଇପାରନ୍ତି। ପଦ-ପଦବୀ ଲାଭ କରିବେ। ଶାଳୀନତା ହେବେ। ବ୍ରହ୍ମ ଉପାସକ ହୋଇପାରନ୍ତି।
ସିଂହ: ନିଷ୍ଠାପର ଭାବେ ବିହିତ କାର୍ୟ୍ୟ କରି ପ୍ରଶଂସା ଲାଭ କରିବେ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ଶାସ୍ତ୍ର ପ୍ରଣେତା ହୋଇପାରନ୍ତି। ଧନ ଅର୍ଜନ କରି ପରମାନନ୍ଦ ଲାଭ କରିପାରନ୍ତି। ଧନ୍ୟାନ୍ୱିତ ହେବେ। ବହୁ ଶୁଭଫଳ ଆଶାକରାଯାଏ।
କନ୍ୟା: ସାମାଜିକ ସଂପର୍କ ବୃଦ୍ଧି ପାଇବ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ସମ୍ମାନ, ଧନ, ଯାନ, ବାହନାଦିର ସୁଖ ଭୋଗ କରିବେ। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦର ଅଧିକାରୀ ହୋଇପାରନ୍ତି। ଗୃହ ପରିବେଶ ସ୍ୱାସ୍ଥ୍ୟଜନକ ହେବ। ସୁଖୀ ହେବେ।
ତୁଳା: ଶୁଭବାର୍ତ୍ତା ମିଳିପାରେ। ଦୃଢ଼ ମନୋବଳ ନେଇ କାର୍ୟ୍ୟ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ….କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ନିର୍ବାଚନରେ ଲୋକପ୍ରିୟ ହୋଇପାରନ୍ତି।
ବିଛା: ଆଶାବାଦୀ ହୋଇପାରନ୍ତି। ଧନାଗମ ହେବାର ସୁଯୋଗ ଅଛି। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ଆଦର୍ଶବାଦୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଜନ ସମର୍ଥନ ମିଳିବ। ପ୍ରୀତି ଭୋଜନ ମିଳିବ। ବନ୍ଧୁ ସହାୟତା ପାଇବେ। ଚିନ୍ତାଧାରା ମହତ ହେବ।
ଧନୁ: ପରୋପକାରୀ ହେବେ। ବହୁଜନ ହିତାୟ କାର୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‍ ହେବେ। ଆତ୍ମତୃପ୍ତି ମିଳିବ।
ମକର: ଗୃହରେ ଅଶାନ୍ତି ଉପୁଜିଲେ ବି ନିଜ ଗୁଣରେ ଶାନ୍ତିର ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତି। ପଥରୋଧର ସମ୍ମୁଖୀନ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ମଧୁର ବଚନଯୁକ୍ତ ହୋଇପାରନ୍ତି।
କୁମ୍ଭ: ବନ୍ଧୁଙ୍କ ଉପରେ ସନ୍ଦେହ ଜାତ ହୋଇପାରେ। ସୁଖ-ସମାନ ଲାଭ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କୀର୍ତ୍ତିମାନ୍‍ ହେବେ। ଭୋଗ-ବିଳାସ କରିପାରନ୍ତି। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ମନପ୍ରସନ୍ନ ରହିବ।
ମୀନ: ଭବିଷ୍ୟତର କାର୍ୟ୍ୟପନ୍ଥା ସ୍ଥିର କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ଯେତେ ଯାହା ସମସ୍ୟା ଥାଇ ମଧ୍ୟ ସଫଳତା ପୂର୍ବକ କାର୍ୟ୍ୟ ହାସଲ କରିବେ। କୀର୍ତ୍ତି, ସତ୍ତ୍ୱ୍ୱ, ସନ୍ତୋଷ ସବୁକିଛି ମିଳିବ। ବହୁବିଧ ଓ ଉତ୍ତମ ଗୁଣଯୁକ୍ତ ହେବେ।


ସେୟାର କରନ୍ତୁ