ରାଜଧାନୀରେ ସେକ୍ସ ରାକେଟ ଠାବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ଵର : ଭୁବନେଶ୍ଵର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ ଏକ ସେକ୍ସ ରାକେଟ ଠାବ କରାଯାଇଛି । ଖଣ୍ଡଗିରି ନିକଟସ୍ଥ ଏମ୍ସ ନଗରର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅଚାନକ ପୋଲିସ ଏଠାରେ ଚଢାଉ କରିଥିଲା । ଏଥିରେ ସମ୍ପୃକ୍ତ 2 ଜଣ ଦଲାଲଙ୍କ ସମେତ 4 ଜଣ ଗ୍ରାହକଙ୍କୁ ଗିରଫ କରାଯିବା ସହ 6 ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

କିନ୍ତୁ ଏହାର ମାଷ୍ଟର ମାଇଣ୍ଡ ତଥା କୁହାଯାଉଥିବା କିଙ୍ଗ ପିନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ପୁଲିସ ଏଠାରୁ କିଛି ଆପତ୍ତିଜନକ ସାମଗ୍ରୀ ସହ ଟଙ୍କା ମଧ୍ୟ ଜବତ କରିଛି । ଏହି ଘଟଣାରେ ହୋଟେଲ ମାଲିକ ସଂପୃକ୍ତ ଅଛନ୍ତି କି ନାହିଁ ତାହା ଏଯାଏଁ କୌଣସି ସ୍ପଷ୍ଟ ହୋଇ ନାହିଁ । ତେବେ ହୋଟେଲ ମାଲିକଙ୍କୁ ପୁଲିସ ପଚରାଉଚୁରା ଜାରି ରଖିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ହୋଟେଲ ମାଲିକ କହିବା ମୁତାବକ, ସେମାନେ ଗ୍ରାହକ ହିସାବରେ ହୋଟେଲକୁ ଆସିଥିଲେ । ଆଉ ସେମାନଙ୍କର ପରିଚୟପତ୍ର ମଧ୍ୟ ହୋଟେଲରେ ଦେଇଥିଲେ । ମୋ ଅଜଣାତରେ ଏହି ଘଟଣା ଘଟିଛି ।


ସେୟାର କରନ୍ତୁ