ଡବଲ ରୋଲରେ ନଜର ଆସିବେ ତାପସୀ ପନ୍ନୁ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବର୍ତ୍ତମାନ ବଲିଉଡରେ ଅଭିନେତ୍ରୀ ତାପସୀ ପନ୍ନୁ ଜଣେ ଚର୍ଚ୍ଚିତ ଚେହେରା । ତାପସୀ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୁଦୃଢ଼ କରିବାରେ ସଫଳ ହୋଇ ସାରିଛନ୍ତି । ସେ ଲଗାତାର ସୁପରହିଟ୍ ଫିଲ୍ମମାନ ଦେଇ ଇଣ୍ଡଷ୍ଟ୍ରିରେ ମହିଳାଧର୍ମୀ ଫିଲ୍ମ ମଧ୍ୟ ସୁପରହିଟ୍ ହୋଇ ପାରିବ ବୋଲି ପ୍ରମାଣ କରିଛନ୍ତି ତାପସୀ । ଏବେ ବଲିଉଡରେ ସେ ଜଣେ ବଡ଼ ନିର୍ଦ୍ଦେଶକ-ପ୍ରଯୋଜକ ସହ କାମ କରିବାର ସୁଯୋଗ ମିଳିଥିବା କଥା ଜଣାପଡ଼ିଛି ।

ସୂଚନା ମୁତାବକ, ଲୋକପ୍ରିୟ ନିର୍ଦ୍ଦେଶକ-ପ୍ରଯୋଜକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ତାପସୀ କାମ କରିବା ପାଇଁ ସୁଯୋଗ ପାଇଛନ୍ତି । ଏହି ଫିଲ୍ମରେ ତାଙ୍କର ଚରିତ୍ରଟି ଅଧିକ ଗୁରୁତ୍ବ ବହନ କରୁଥିବା ନେଇ ଚର୍ଚ୍ଚା ହେଉଛି । ଏହି ଫିଲ୍ମର ନାମ ‘ସିୟା ଜିୟା’ ରଖାଯାଇଛି ।

ଏହି ଫିଲ୍ମରେ ତାପସୀ ଡବଲ ରୋଲରେ ନଜର ଆସିବେ । ତେବେ ଏହି ଫିଲ୍ମରେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ଶବାନା ଖାନ୍ ମଧ୍ୟ ପ୍ରଯୋଜନା ଦାୟିତ୍ବରେ ରହିବେ ବୋଲି ସୂଚନା ମିଳିଛି । ତେବେ ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବାର ରହିଛି ।


ସେୟାର କରନ୍ତୁ