ମହୁ ଓ ଚାଉଳର ଫେସ ପ୍ୟାକ, ମୁଁହରେ ରହିବନି କିଛି ଚିହ୍ନ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆପଣ ଆପଣଙ୍କ ତ୍ୱଚା ଚମକାଇବା ପାଇଁ ପାର୍ଲର ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ଆପଣାଇଥା’ନ୍ତି । ତେବେ ମହୁ ଓ ଚାଉଳର ଫେସିଆଲ କେବେ କରିଛନ୍ତି କି? ଫେସିଆଲ ପାଇଁ ଆବଶ୍ୟକ କ୍ଲିନ୍‍ଜର, ସ୍କ୍ରବ୍‍, ମସାଜ କ୍ରିମ୍‍ ଓ ଫେସ୍‍ ପ୍ୟାକ୍‍ ଆପଣ ଓ ମହୁ ଓ ଚାଉଳରେ ପ୍ରସ୍ତୁତ କରନ୍ତୁ। ଦେଖିବେ ଆପଣଙ୍କ ତ୍ୱଚା ଖୁବ୍‍ କମ୍‍ ଦିନ ମଧ୍ୟରେ ଚମକିବାକୁ ଲାଗିବ ।

ପ୍ରଥମେ ମୁହଁ କ୍ଲିନ୍‍ଜିଂ ପାଇଁ ଆପଣ ଶୁଦ୍ଧ ମହୁରେ ମହୁରେ ମୁହଁକୁ ପୋଛି ଦିଅନ୍ତୁ । ତେବେ କ୍ଲିନ୍‍ଜିଂ ପୂର୍ବରୁ ଉଷୁମ ପାଣିରେ ସୂତା କପଡ଼ା ବୁଡ଼ାଇ ହାଲୁକା ଭାବେ ମୁହଁ ସଫା କରନ୍ତୁ । ଏହାଦ୍ୱାରା ମୁହଁର ଛିଦ୍ର ଗୁଡ଼ିକ ଖୋଲିଯାଇଥାଏ ।

ଏହାପରେ ଆପଣ ପ୍ରସ୍ତୁତ କରିଥିବା ସ୍କ୍ରବ୍‍ ମୁହଁରେ ଲଗାଇ ବୃତ୍ତାକାର ଭାବେ ମୁହଁରେ ଧିରେ ଧିରେ ଘଷନ୍ତୁ । ତେବେ ସ୍କ୍ରବ ପ୍ରସ୍ତୁତି ପାଇଁ ଆପଣ କିଛି ଭଲଭାବେ ଚୂରା ଯାଇଥିବା ଚାଉଳଗୁଣ୍ଡ ନିଅନ୍ତୁ । ଏଥିରେ କେଇ ବୁନ୍ଦା ମହୁ ଓ ୪-୫ ଟୋପ ଲେମ୍ବୁ ଓ ଟମାଟୋ ରସ ମିଶାନ୍ତୁ । ଏହି ମିଶ୍ରଣକୁ ସ୍କ୍ରବ ଭାବେ ବ୍ୟବହାର କରନ୍ତୁ। ୧୦ ମିନିଟ୍‍ ପରେ ମୁହଁ ସଫା ପାଣିରେ ଧୋଇଦିଅନ୍ତୁ ।

ଏହାପରେ ଆପଣ ମୁହଁରେ ମସାଜ କ୍ରିମ୍‍ ଲଗାନ୍ତୁ । ତେବେ ମସାଜ କ୍ରିମ୍‍ ପ୍ରସ୍ତୁତି ପାଇଁ ମହୁରେ କିଛି ଦହି ମିଶାଇ ମସାଜ କ୍ରିମ୍‍ ପ୍ରସ୍ତୁତ କରିବା ସହ ଏହାକୁ ମୁହଁରେ ଭଲ ଭାବେ ମସାଜ କରନ୍ତୁ ।

ଏହାପରେ ଆପଣ ମୁହଁରେ ଯେଉଁ ଫେସପ୍ୟାକ୍‍ ଲଗାଇବେ ତାହା ପ୍ରସ୍ତୁତି ପାଇଁ ମୁଲତାନୀ ମାଟିରେ ମହୁ ଓ ଗୋଲାପଜଳ ମିଶାନ୍ତୁ । ଭଲ ଭାବରେ ଘାଣ୍ଟି ମୁହଁରେ ଲଗାନ୍ତୁ ।
ଉୁହଁ ଧୋଇବା ପରେ ଆପଣ ତ୍ୱଚାରେ ଫରକ ଜାଣିପାରିବେ ।


ସେୟାର କରନ୍ତୁ