ନିଜ ଖାଦ୍ୟରେ ମିଶାନ୍ତୁ ଏହି ଶାଗ ମିଳିବ ଅନେକ ଫାଇଦା

Truthink
ସେୟାର କରନ୍ତୁ

ପାଳଙ୍ଗ: ଆଇରନ୍‌, ମ୍ୟାଗ୍ନେସିୟମ, ଭିଟାମିନ୍ ଏ ଏବଂ ଭିଟାମିନ୍‌ କେ’ରେ ଭରପୂର ଥାଏ ପାଳଙ୍ଗ। ପାଳଙ୍ଗ ଖାଇବା ଫଳରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହାଛଡ଼ା ଏହା ମେଟାବୋଲିଜିମ୍‌ ବୃଦ୍ଧି କରି ଓଜନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ।
ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହେଲେ ପାଳଙ୍ଗ ଖାଇବା ଉଚିତ୍। ଏହା ରକ୍ତକୁ ବଢ଼ାଇବା ସହ ମାସିକ ଋତୁଚକ୍ର ସମୟରେ ହେଉଥିବା ସମସ୍ୟାକୁ ଏଡ଼ାଇଥାଏ।
ମେଥି : ମେଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ ଭରପୂର ମାତ୍ରାରେ ଥାଏ। ଏହା ଶରୀରରେ ଥିବା ବ୍ୟାକ୍ଟେରିଆ ସହ ଲଢ଼ିବାରେ ସହାୟକ ହୋଇଥାଏ। ମେଥିରେ ଆଣ୍ଟିଇନ୍‌ଫ୍ଲାମେଟାରି ଗୁଣ ଥାଏ, ଯାହା ମାଂସପେଶୀରେ ହେଉଥିବା ଦରଜରୁ ମୁକ୍ତି ଦେଇଥାଏ। ମେଥି ହଜମପ୍ରକ୍ରିୟାକୁ ସୁଦୃଢ଼ କରିଥାଏ।
ମୂଳା ଶାଗ : ଏହି ଋତୁରେ ଅଧିକାଂଶ ଲୋକ ମୂଳା ଖାଇବାକୁ ଭଲ ପାଇଥା’ନ୍ତି। ହେଲେ କିଛି ଲୋକ ମୂଳା ଖାଇ ପତ୍ରକୁ ଫୋପାଡ଼ି ଦେଇଥା’ନ୍ତି। କିନ୍ତୁ ମୂଳାଠାରୁ ମୂଳାର ଶାଗ ଅଧିକ ଲାଭଦାୟକ। ମୂଳାଶାଗ ସର୍ଦ୍ଦି, କାଶ, ଥଣ୍ଡା ଭଳି ସମସ୍ୟାରୁ ରକ୍ଷା କରିଥାଏ। ଏଥିରେ ଭିଟାମିନ୍‌ ଏ, ପୋଟାସିୟମ୍‌ ଓ କ୍ୟାଲସିୟମ୍‌ ଭରି ରହିଥାଏ, ଯାହା ଉଭୟ ଆଖି ଓ ଶରୀର ପାଇଁ ଲାଭଦାୟକ।
କୋଶଳା ଶାଗ : କୋଶଳା ଶାଗରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରି ଗୁଣ ଭରପୂର ରହିଥାଏ। ଏହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ। ଯଦି ଆପଣଙ୍କ କେଶ ପାଚୁଛି, ତେବେ ଖାଦ୍ୟରେ କୋଶଳା ଶାଗ ସାମିଲ କରନ୍ତୁ।
ସୋରିଷ ଶାଗ : ସୋରିଷ ଶାଗରେ ପ୍ରୋଟିନ୍‌, ଫାଇବର ଛଡ଼ା କାର୍ବୋହାଇଡ୍ରେଟ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ, ଆଇରନ୍‌ ଓ କ୍ୟାଲସିୟମ୍‌ ଭଳି ପୋଷକ ତତ୍ଵ ଭରି ରହିଛି। ସୋରିଷ ଶାଗରେ ପ୍ରସ୍ତୁତ ଥିବା ଆଣ୍ଟିଅକ୍ସିଡାଣ୍ଟ ସମସ୍ତ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ୧୦୦ ଗ୍ରାମ୍‌ ସୋରିଷ ଶାଗରେ ୬୦ ପ୍ରତିଶତ ଭିଟାମିନ୍‌ ଏ’ ଥାଏ। ଏହା ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।


ସେୟାର କରନ୍ତୁ