ଆପଣଙ୍କ ଏହି ଟିକିଏ ହରକତ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କରେ ସ୍ରୁଷ୍ଟୀ କରିଥାଏ ଫାଟ

Truthink
ସେୟାର କରନ୍ତୁ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ କେବେ କେବେ ପ୍ରେମ ତ ଆଉ କେବେ ଛୋଟ-ଛୋଟ କଳି ଝଗଡାକୁ ନେଇ ଆଗକୁ ବଢିଥାଏ । ଯଦି ଆପଣ ପତ୍ନୀଙ୍କ କ୍ରୋଧରୁ ରକ୍ଷା ପାଇବାକୁ ଚାହୁଁଥାଆନ୍ତି ତେବେ ଆପଣଙ୍କ ଦୋଷ ତ୍ରୁଟିକୁ ଜାଣିବାକୁ ଚେଷ୍ଟା କରନ୍ତୁ । ଏମିତିରେ ତ ସ୍ୱାମୀମାନେ ସ୍ତ୍ରୀଙ୍କୁ ଥଟ୍ଟା କରିବାର ଅଭ୍ୟାସ ରଖିଥାଆନ୍ତି ।

କାରଣ ଏହାଦ୍ୱାରା ନା କେବଳ ପତି- ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ହୁଏନାହିଁ ବରଂ ପାରସ୍ପରିକ ସମ୍ପର୍କରେ ମଧ୍ୟ ବୁଝାମଣା ବଢିଯାଏ । କିନ୍ତୁ ଯଦି ସ୍ୱାମୀଙ୍କ ମୁହଁରୁ ଏଭଳି କିଛି ଶଦ୍ଧ ବାହାରିଯାଏ, ତେବେ ପତ୍ନୀ ବିରକ୍ତ ହେବା କିମ୍ବା ମନଦୁଃଖ କରିବା ସ୍ୱାଭାବିକ କଥା । ମାତ୍ର ପତ୍ନୀଙ୍କର ଏହି ରୋଷକୁ ବନ୍ଦ କରିବାକୁ ବି ଯଥେଷ୍ଟ ପରିଶ୍ରମ କରିବାକୁ ପଡିଯାଏ ।

(୧) ନିଜ ମାଆଙ୍କ ସହ ସ୍ତ୍ରୀଙ୍କର ତୁଳନା କରିବା ଦ୍ୱାରା ସ୍ତ୍ରୀମାନେ ବିରକ୍ତ ହୋଇଉଠନ୍ତି । ଯଦି ଏପରି ପ୍ରକ୍ରିୟାକୁ ଆପଣ ପ୍ରତ୍ୟେକ ଦିନ ଦୋହରାଇବେ, ତେବେ କିଛିଦିନ ପରେ ଏହା ଭୟଙ୍କର ରୂପ ନେଇଯିବ । ତେଣୁ ,ପରି ତୁଳନା କରିବା ବନ୍ଦ କରନ୍ତୁ ।

(୨) ପ୍ରତ୍ୟେକ ମହିଳା ଆଉ କୌଣସି ମହିଳାଙ୍କ ପ୍ରଶଂସା ଶୁଣିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ଏହା ଏକ ପ୍ରକୃତିଗତ ପ୍ରକ୍ରିୟା । ତେଣୁ ଯଦି ଆପଣ ସ୍ତ୍ରୀଙ୍କ ସମ୍ମୁଖରେ କୌଣସି ବନ୍ଧୁପତ୍ନୀ କିମ୍ବା ଅନ୍ୟ ମହିଳାଙ୍କର ପ୍ରଶଂସା କରୁଛନ୍ତି ତେବେ ସ୍ତ୍ରୀଙ୍କ ଆକ୍ରୋଶରୁ ନିଜକୁ ବର୍ତ୍ତାଇପାରିବେ ନାହିଁ ।

(୩) ଦିନରାତି ପରିଶ୍ରମ କରିବା ପରେ ଯଦି କୌଣସି ଜିନିଷ ସଠିକ ଜାଗାରେ ମିଳିବ ନାହିଁ, ତେବେ ପ୍ରତ୍ୟେକ ଗୃହିଣୀଙ୍କୁ ଏକଥା ଖରାପ ଲାଗେ । ଯଦି ସ୍ୱାମୀ ଜିନିଷପତ୍ରକୁ ସଠିକ ଜାଗରେ ନ ରଖିବେ ତାହାହେଲେ ଅଧିକ ଖରାପ ଲାଗିପାରେ । ସବୁ କପଡା ଏଣେ ତେଣେ ରଖିବା କିମ୍ବା ଘର ଅପରିଷ୍କାର କରିବା ଭଳି ଅଭ୍ୟାସ ପୁରୁଷଙ୍କର ରହିଆସିଛି । ଏସବୁ ଦେଖି ସ୍ତ୍ରୀମାନେ ବିରକ୍ତ ହୋଇଉଠନ୍ତି । ତେଣୁ ସ୍ତ୍ରୀଙ୍କ ଖୁସି ଦେଖିବାକୁ ନିଜକୁ ଦୂରେଇ ରଖନ୍ତୁ ।

(୪) ପ୍ରତ୍ୟେକ ସ୍ତ୍ରୀ ଚାହାଁନ୍ତି ସ୍ୱାମୀ ତାଙ୍କର ସବୁକଥା ଧ୍ୟାନର ସହ ଶୂଣନ୍ତୁ । ଯଦି ଆପଣ ତାଙ୍କ କଥାକୁ ଅଣଦେଖା କରୁଥାଆନ୍ତି, ତେବେ ସେମାନଙ୍କ ରୋଷର ଶିକାର ହୋଇପାରନ୍ତି । ଏଥିପାଇଁ ସ୍ତ୍ରୀଙ୍କ ଯେକୌଣସି କଥାକୁ ଶୂଣିବାକୁ ଚେଷ୍ଟା କରନ୍ତୁ ।

(୫) ସ୍ୱାମୀ-ସ୍ତ୍ରୀଙ୍କ ଭିତରର ଲଢେଇରେ ଯଦି ସ୍ୱାମୀ ନିଜ ଭୁଲକୁ ନସୁଧାର ଯୁକ୍ତି କରିବେ, ତେବେ ଏହା ଅଧିକ ମାତ୍ରାରେ ବଢିଯାଇପାରେ । ତେଣୁ ଆପଣ ସ୍ତ୍ରୀଙ୍କ ରାଗକୁ କମ କରିବା ପାଇଁ ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ । ଏଥିସହ ନିଜ ଭୁଲ ସ୍ୱୀକାର କରିନେଲେ ଅଶାନ୍ତି ଖୁବ ଶ୍ରୀଘ୍ର ଦୂରେଇଯିବ ।


ସେୟାର କରନ୍ତୁ