କାର୍ତ୍ତିକ ଆର୍ଯ୍ୟାନଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱୋ’ର ବମ୍ପର ଆୟ, ତିନି ଦିନରେ ଉଠିଲା ଖର୍ଚ୍ଚ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟାନଙ୍କର ଫିଲ୍ମ ‘ପତି ପତ୍ନୀ ଔର ୱୋ’କୁ ଦର୍ଶକ ମାନଙ୍କର ଢ଼େର ସାରା ଭଲ ପାଇବା ମିଳୁଛି । ଏହି ଷ୍ଟାରର ଫିଲ୍ମଟି ବକ୍ସ ଅଫିସରେ ଧମାକାଦାର ପରଫରେନ୍ସ କରୁଅଛି । ଏହି ଫିଲ୍ମଟିରେ ଯାହା ଜଣାପଡିଛି ପାଖାପୁଖି 30 କରୋଡର ଖର୍ଚ୍ଚ ହୋଇଛି । ଏହାକୁ ଦେଖିଲେ ଜଣାଯାଉଛି ଯେ ଏହି ଫିଲ୍ମଟି ମାତ୍ର ତିନି ଦିନରେ ଫିଲ୍ମର ଖର୍ଚ୍ଚ ଉଠାଇବାରେ ସକ୍ଷମ ହୋଇଛି ।

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର କଲେକ୍ସନକୁ ନେଇ ସେୟାର କରିଛନ୍ତି । ‘ପତି ପତ୍ନୀ ଔର ୱୋ’ର ବମ୍ଫର ଆୟ ଏବେ ମଧ୍ୟ କରି ଚାଲୁଅଛି । ଏହି ଫିଲ୍ମଟି ତୃତୀୟ ଦିନରେ 14.51କରୋଡ଼ର ଆୟ କରିଅଛି । ଫିଲ୍ମଟି ତିନି ଦିନରେ ମୋଟ 35.14 କରୋଡ଼ ଆୟ କରିସାରିଲେଣି । ‘ପତି ପତ୍ନୀ ଔର ୱୋ’ କାର୍ତ୍ତିକ ଆର୍ଯ୍ୟାନଙ୍କର ତିନି ଦିନରେ ସବୁଠାରୁ ଅଧିକ ପଇସା କମାଇ ଥିବା ଫିଲ୍ମ ଅଟେ ।

ଏହା ପୂର୍ବରୁ ତାଙ୍କର ଫିଲ୍ମ ‘ଲୁକା ଛୁପୀ’ ତିନି ଦିନରେ 32.13 କରୋଡ଼ କମାଇ ଥିଲା । ଯଦି ଏଭଳି ଭାବରେ ‘ପତି ପତ୍ନୀ ଔର ୱୋ’ର ଜବରଦସ୍ତ କମାଇ ଚାଲୁ ରହିବ ତେବେ କାର୍ତ୍ତିକ ଆର୍ଯ୍ୟାନଙ୍କର ଆଉ ଗୋଟିଏ ଫିଲ୍ମ ସୁପରହିଟ ସାବିତ ହେବ ।

କହିବାତ ମୁଡ଼ଶର ଅଜିଜ ନିର୍ଦେଶିତ ‘ପତି ପତ୍ନୀ ଔର ୱୋ’, 1978ରେ ଆସିଥିବା ସଂଜୀବ କପୁର,ବିଦ୍ୟା ସିଂନ୍ହ। ଏବଂ ରଂଜିତା କୌରଙ୍କର ‘ପତି ପତ୍ନୀ ଔର ଵୋ’ର ରିମେକ ଅଟେ । ଡିରେକ୍ଟର ଏହି ଫିଲ୍ମରେ ମଡ଼ର୍ନ କନସେପ୍ଟ ସହ ଭରପୁର ମସ୍ତି ଏବଂ ମନୋରଂଜନର ଡୋଜ ଦେଇଛନ୍ତି । ଏହି ଫିଲ୍ମକୁ ସବୁ ବର୍ଗର ଲୋକମାନେ ଭଲ ପାଇବା ଦେଉଛନ୍ତି ।


ସେୟାର କରନ୍ତୁ