ଅମିତାଭ ବଚ୍ଚନ ଫିଲ୍ମ ଦୁନିଆରୁ ବିଶ୍ରାମ ନେଇ ପାରନ୍ତି କାହିଁକି ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ତଥା ବିଗ ବି ଫିଲ୍ମ ଜଗତରୁ ବ୍ରେକ ନେଇପାରନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ଜନିତ କାରଣରୁ ସେ ନିକଟରେ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଚିକିତ୍ସା ସମୟରେ ଅମିତାଭ ଫୁଟବଲ ମ୍ୟାଚ ଦେଖୁଥିବାର ଫଟୋ ସୋସିଆଲ ମିଡିଆରେ ସେ ପୋଷ୍ଟ କରିଥିଲେ ।

ଫିଲ୍ମ ଦୁନିଆରୁ ଏକ ଲମ୍ବା ସମୟ ଧରି ବ୍ରେକ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ଶାରୀରିକ ଓ ମାନସିକ ଅବସ୍ଥାରେ ସେ ଭଲ ନଥିବାର ଜଣାଯାଉଛି ତେଣୁ ଫିଲ୍ମ ଦୁନିଆରୁ ଅବ୍ୟାହତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ଅଧାରେ ସୁଟିଙ୍ଗ ବନ୍ଦ ଥିବା ତାଙ୍କ ଅଭିନୀତ ଫିଲ୍ମ ଝୁଣ୍ଡର ସୁଟିଙ୍ଗ ଶେଷ ହେବା ପରେ ଅମିତାଭ ବିଶ୍ରାମ ନେବେ । ଅମିତାଭଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ତେଣୁ ଡାକ୍ତରଙ୍କ ପରାମର୍ଶକୁ ଅନୁଧ୍ୟାନକୁ ନେଇ ଅମିତାଭଙ୍କ ପରିବାର ଲୋକ ଗୁରୁତ୍ୱ ଦେଉଛନ୍ତି । ଅମିତାଭଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କୋଲକାତାରେ ହେବାକୁ ଥିବା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଉଦଘାଟନ ସଭାରେ ଉପସ୍ଥିତ ରହି ପାରିବେ ନାହଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।


ସେୟାର କରନ୍ତୁ