‘ପତି ପତ୍ନୀ ଔର ୱୋ’ର ଆୟ ଜାରି, ଷଷ୍ଠ ଦିନରେ ଫିଲ୍ମଟି ଆୟ କରିଛି ଏତିକି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟାନଙ୍କର ଫିଲ୍ମ ‘ପତି ପତ୍ନୀ ଔର ୱୋ’ ଷଷ୍ଠ ଦିନରେ ମଧ୍ୟ ସିନେମା ଘର ଗୁଡିକରେ ସବୁଠାରୁ ଷ୍ଟ୍ରଙ୍ଗ ଫିଲ୍ମ ରୂପରେ ନଜର ଆସୁଛି । ଏ ପର୍ଯ୍ୟନ୍ତ ଟୋଟାଲ କଲେକ୍ସନକୁ ଦେଖିବାତ କାର୍ତ୍ତିକ ଆର୍ଯ୍ୟାନଙ୍କର ଏହି ଫିଲ୍ମ ଲଗଭଗ ଏହି ଛଅ ଦିନରେ 45କରୋଡ ବିଜିନେସ କରି ସାରିଲାଣି । ଏହି ଫିଲ୍ମଟି ବହୁତ ତେଜିରେ ଆୟ କରି ଆଗକୁ ବଢୁଛି ।

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର କଲେକ୍ସନକୁ ନେଇ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଏହି ଫିଲ୍ମ ଷଷ୍ଠ ଦିନ ମଙ୍ଗଳ ବାରରେ 5.35କରୋଡ କଲେକ୍ସନ କରିଅଛି । ଏହାକୁ ମିଶାଇ ଫିଲ୍ମର ଟୋଟାଲ କଲେକ୍ସନ 46.99କରୋଡ ହୋଇଯାଇଛି ।

ଏହା ପୂର୍ବରୁ ଫିଲ୍ମ ଓପନିଙ୍ଗ ଡେ ତଥା ଶୁକ୍ରବାର 9.10କରୋଡ଼, ଦ୍ଵିତୀୟ ଦିନ ଶନିବାରରେ 12.33 କରୋଡ଼, ରବି ବାରରେ 14.51କରୋଡ଼ଏବଂ ସୋମ ବାରରେ 5.70କରୋଡ଼ ଭଲ ବିଜନେସ୍ କରିଛି ।

କାର୍ତ୍ତିକ ଆର୍ଯ୍ୟାନ୍, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ଲୋକମାନଙ୍କୁ ଭଲ ପସନ୍ଦ ଆସୁଛି । ଲୋକ ମାନେ କହୁଛନ୍ତି କି ଏହା ଏକ ମନୋରଞ୍ଜନ ଧର୍ମୀ ମୁବୀ ଅଟେ । ଏହି ଫିଲ୍ମଟି ମୁଦଶର ଅଜିଜ ନିର୍ଦେଶିତ ଅଟେ ।


ସେୟାର କରନ୍ତୁ