ପୋଲିସ ଭୂମିକାରେ ନଜର ଆସିବେ ଲାରା ଦତ୍ତା, ‘ହଣ୍ଡ୍ରେଡ଼’ ପାଇଁ ବହୁତ ଏକ୍ସଇଡେଟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ ଲାରା ଦତ୍ତା କମେଡି ଆକ୍ସନ ୱେବ ସିରିଜ ‘ହଣ୍ଡ୍ରେଡ଼’ରେ ପ୍ରଥମ ଥର ପାଇଁ ଏକ ପୋଲିସ ଅଧିକାରୀ ଭୂମିକା ନିଭାଇବା ପାଇଁ ଉତ୍ସାହିତ ଅଛନ୍ତି । ତାଙ୍କର କହିବା ହେଉଛିକି ତାଙ୍କର ଚରିତ୍ର ପୁରୁଷଙ୍କ ଦୁନିଆରେ ବଞ୍ଚି ରହିବା ପାଇଁ କଡ଼ା ପରିଶ୍ରମ କରାହେଉଛି । ସିରିଜରେ ଲାରାଙ୍କୁ ଏସିପି ସମ୍ୟା ଶୁକ୍ଲାଙ୍କ ରୂପରେ ଦେଖିବାକୁ ମିଳିବ ।

ଏହା ଉପରେ ଲାରା କହିଲେ, ‘ଏହି ଶୋ ଏକ ଶିଥିଳ ଯୋଡ଼ି ଓ ତାଙ୍କ ଜୀବନରେ ଆସିଥିବା ଉଥଳ ପୁଥଳର ମଜାଦାର ଏବଂ ମନୋରଞ୍ଜନର କାହାଣୀ ଅଟେ । ନିର୍ମାତା ବହୁତ ମନୋରଞ୍ଜକ ତରିକାରେ ଆକ୍ସନ ଏବଂ ହ୍ୟୁମରକୁ ଜୀବିତ କରିବା ପାଇଁ ଶୋ’ର ସ୍କ୍ରିପଟିଙ୍ଗ କରିଅଛନ୍ତି ।’

ସେ ଆଗକୁ କହିଲେ, ‘ଶୋ’କୁ ହଁ କରିବା ପାଇଁ ମୋ ପାଖରେ କିଛି କାରଣ ଥିଲା, ଏଥି ମଧ୍ୟରୁ ଗୋଟିଏ ଏହା କି ମୁଁ କେବେ ବି ସ୍କ୍ରିନ ଉପରେ ପୋଲିସର ଭୂମିକା ନିଭାଇ ନଥିଲି ଏବଂ ମୋର ଭୂମିକା ପୁରୁଷଙ୍କ ଦୁନିଆରେ ଟିକି ରହିବା ପାଇଁ ପୁରା ପ୍ରୟାସ କରୁଅଛି । ତାହାର ଜୀବନରେ ଲୋକଙ୍କ ଯୋଗଦାନ ମଧ୍ୟ କମ ନାହିଁ ଏବଂ ଯେଉଁଥିରେ ତାହାର ସମସ୍ୟା ଆହୁରି ଜଟିଳ ହେଉଯାଉଛି । ବାସ୍ତବିକ ଜୀବନରେ ଏହା ମୋ ପରିକିଆ ବିଲକୁଲ ନୁହେଁ ।’

ଏହା ରୁଚି ନାରାୟଣ,ଆଶୁତୋଷ ସାହା ଏବଂ ତାହିର ସବୀର ଦ୍ୱାରା ସହ-ନିର୍ଦେଶିତ ଅଟେ । କଳାକାର ମାନଙ୍କ ମଧ୍ୟରେ କରନ ୱାହି,ସୁଧାଂଶୁ ପାଣ୍ଡେୟ, ପରମିତ ସେଠି, ରୋହିଣୀ ହଟନଗିଡ଼ି, ଅରୁଣ ନଲାୱେଡ଼ ଏବଂ ମକରନ୍ଦ ଦେଶପାଣ୍ଡେଙ୍କ ଭଳି ନାମ ସାମିଲ ଅଛି ।

ଆଠ ଏପିସୋଡର ଏହି ସିରିଜ ଡିଜ୍ନି ହଟଷ୍ଟାର ଭିଆଇପିରେ 25 ଏପ୍ରିଲକୁ ଲଞ୍ଚ ହେବ ।


ସେୟାର କରନ୍ତୁ