ବୁଧବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ପ୍ରିୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପରୋପକାରୀ ହେବେ। ମନରେ ସେବା ଭାବନା ଜାଗ୍ରତ ହେବ। ସୌଜନ୍ୟତା ପ୍ରକାଶ କରିବେ।

ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ: ଚାକରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ବାଦବିବାଦର ସମ୍ମୁଖୀନ ହେବେ। କାର୍ଯ୍ୟ ବିଳମ୍ବିତ ହେବ। ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ନେହବୋଳା କଥା କହି ଜନତାଙ୍କ ମନମୋହିବେ।

କର୍କଟ: ମନ ପ୍ରଫୁଲ୍ଲ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପାରିବାରିକ ସୁଖ ମିଳିବ। ବିଳାସ-ବ୍ୟସନ କରିପାରନ୍ତି। ଆୟ ଆଶାନୁରୂପ ହେବ। କୌଶଳରେ କାର୍ଯ୍ୟ ହାସଲ କରିବେ। ସରକାରୀ ସାହାଯ୍ୟ ମିଳିବ।

ସିଂହ: ପତ୍ନୀଙ୍କ ପରାମର୍ଶରେ ଯେଉଁ କାର୍ଯ୍ୟ କରିବେ; ସେଥିରେ ପ୍ରଚୁର ଧନଲାଭ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଧର୍ମ-କର୍ମ ସଂପାଦନ କରିପାରନ୍ତି। କର୍ମକ୍ଷେତ୍ର ଉନ୍ନତମାନର ହେବ। କାର୍ଯ୍ୟରେ କଷ୍ଟ ସହି ମଧ୍ୟ ସଫଳତା ପାଇବେ।

କନ୍ୟା: ଦୂରବନ୍ଧୁଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ସେବା-ପୂଜାରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହେବେ। ଚିନ୍ତା ଦୂର ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିିବିଧ ପ୍ରକାର ଧନଲାଭ କରିବେ। ସୁଖୀ ହେବେ।

ତୁଳା: ଗୃହରେ ବିବାଦୀୟ ପରିସ୍ଥିତି ଉପୁଜି ପାରେ। ଅସୁଖୀ ହେବେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ବନ୍ଧୁଙ୍କ ସହିତ ମନୋମାଳିନ୍ୟ ଘଟିପାରେ। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ବିଛା: ବନ୍ଧୁଙ୍କ ସହାୟତା ପାଇ ଖୁସି ହୋଇପାରନ୍ତି। ଘାତଚନ୍ଦ୍ର ଯୋଗୁଁ ଜଳଯାତ୍ରା ନିଷେଧ। ବ୍ୟବସାୟ ଲାଭଜନକ ହେବ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।

ଧନୁ: ଶାନ୍ତିର ସହ ଗୃହ କାର୍ଯ୍ୟ ସମାପନ କରିପାରନ୍ତି। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ଈଶ୍ବର ବିଶ୍ବାସୀ ହୋଇପାରନ୍ତି।

ମକର: ଇଚ୍ଛା କରୁଥିବା ସାହାଯ୍ୟ ମିଳିବ। ଚିନ୍ତାଗ୍ରସ୍ତ ଥିବାବେଳେ ହଠାତ୍‌ କିଛି ଧନ ମିଳିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। କନ୍ୟା-ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି।

କୁମ୍ଭ: ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ। କାର୍ଯ୍ୟ ବ୍ୟସ୍ତତା ଲାଗି ରହିବ। କୃଷିକ୍ଷେତ ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ସୁଖ ଭୋଗ କରିପାରନ୍ତି। ଗୃହ ପରିବେଶ ଠିକ୍‌ ରହିବ।

ମୀନ: ଉପୁଜି ଥିବା ଦୁଶ୍ଚିନ୍ତା ଦୂର ହେବ। ପରିଶ୍ରମର ମୂଲ୍ୟ ମିଳିବ। ନୈତିକତା ବୃଦ୍ଧି ହେବ। ମାନ୍ୟତା ପ୍ରାପ୍ତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିବାଦରେ ବିଜୟ ଲାଭ କରିପାରନ୍ତି। ଯଶସ୍ବୀ ହେବେ। ସମ୍ମାନିତ ହୋଇପାରନ୍ତି।


ସେୟାର କରନ୍ତୁ