ମୃତ୍ୟପରେ ମଣିଷ କେଉଁଆଡେ ଯାଏ ଜାଣିବା ପାଇଁ ପଢନ୍ତୁ

Truthink
ସେୟାର କରନ୍ତୁ

ଆମେ ସମସ୍ତେ ଜାଣନ୍ତି କି, ପ୍ରକୃତିରେ ଯାହା ସବୁ ଜିନିଷ ର ଆରମ୍ଭ ହେଇଥାଏ, ସେମାନଙ୍କର ଗୋଟେ ଦିନ ଅନ୍ତ ଯେମିତି ହେଲେ ହୋଇଥାଏ | ସେମାନେ ଗଛ ପତ୍ର ହୁଅନ୍ତୁ କି ମନୁଷ୍ୟ , ଜୀବ ଜନ୍ତୁ , ଗ୍ରହ , ତାରା , ଏମିତି କି, black holes ମଧ୍ୟ | ଆମେ ମାନେ ମାନି ଆସିଛେ କି, କୌଣସି ପ୍ରକାର ମୃତ୍ୟ କୁ ଜନ୍ମଦିନ ଭଳି celebrate କରାଯାଏ ନାହିଁ | ଯେବେ କି 2ଟି ଯାକ ପ୍ରକ୍ରିୟା ପ୍ରକୃତି ପାଇଁ ପୁରା ପୁରି ଭାବରେ natural ଅଟେ |

ଆମେ ମାନେ ବହୁତ ଥର ଏ ସବୁ ବିଷୟରେ ଭାବିକି ଡରିଯାଉ ଏମିତି କି ଏ ବିଷୟରେ କଥା ହବାକୁ ମଧ୍ୟ ପଛଘୁଞ୍ଚା ଦେଇଥାଉ | କିନ୍ତୁ ଗୋଟେ କଥା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହାକି ଆମ ସମସ୍ତେ ଏହାକୁ ଭାବିଥାଉ | ସମସ୍ତଙ୍କ ମନରେ ସେଇ ଗୋଟେ ପ୍ରଶ୍ନ ଉଙ୍କି ମାରୁଥାଏ କି, ମୃତ୍ୟୁ ପରେ କଣ ହୁଏ ? ତାହାଲେ ଏ ଭିଡ଼ିଓ ରେ ଆମେ ବିସ୍ତାରିତ ରୂପରେ ଆଲୋଚନା କରିବା ଏବଂ Scientific ଓ logical ହିସାବରେ ଭାବିବାକୁ ଚେଷ୍ଟା କରିବା | ତାହାଲେ ଚାଲନ୍ତୁ ଆରମ୍ଭ କରିବା, ଆମେ ଜାଣିଛେ କିଛି ଲୋକ ମାନନ୍ତି କି, ଏ ଜୀବନ ପରେ ମଧ୍ୟ ଆଉ କିଛି ଅଛି |

ଏମିତି ଚିନ୍ତାଧାରା ମିଳିଥାଏ ଧର୍ମ ମାନଙ୍କରୁ | କିନ୍ତୁ ଏହାର ଏକ ବୈଜ୍ଞାନିକ ତଥ୍ୟ ମଧ୍ୟ ମିଳିଥିଲା | କିଛି ବର୍ଷ ପୁର୍ବରୁ ଜର୍ମାନୀ ରେ ରିସର୍ଚ୍ଚ କରାଯାଇଥିଲା ଓ କିଛି ଅଦ୍ଭୁତ ଜିନିଷ Discover କରାଯାଇଥିଲା | ରିସର୍ଚ୍ଚ ପାଇଁ କିଛି ରୋଗୀ ମାନଙ୍କୁ ପୁରା ନଜର ରେ ରଖାଗଲା ଯୋଉମାନେ କୋମାରେ ଥିଲେ | ଏମାନଙ୍କ ମସ୍ତିଷ୍କ ରେ ବେଶୀ Consciousness ନଥିଲା | ଠିକ ହେଲା ପରେ ଏମାନେ କିଛି Experience ସେୟାର କଲେ ଓ ଏମାନଙ୍କର Experience କିଛି ବିଚିତ୍ର ଥିଲା |

ଏମାନଙ୍କୁ ପରେ କୁହା ଗଲା NDE ମାନେ Near Death Experience | ଏସବୁ Experience ଇସାରା କରିଥିଲା , ଏ ଜନ୍ମ ପରେ ଆଉ ଏକ ଲାଇଫ ର | Study ହିସାବରେ 50 ପ୍ରତିଶତ ଲୋକମାନେ Near Death Experience ରେ କୁହନ୍ତି କି, ତାଙ୍କୁ ପ୍ରଥମରୁ ଜଣାଥିଲା କି, ସେମାନେ ମରି ସାରିଛନ୍ତି | 56 ପ୍ରତିଶତ ଲୋକଙ୍କ ପାଇଁ ଏହା ଏକ ଖୁସିର କଥା ଥିଲା | 24 ପ୍ରତିଶତ ଲୋକମାନେ OUT OF BODY ରହିକି Experience କଲେ |

ସେମାନେ ନିଜ ଶରୀରରୁ ବାହାରକୁ ଆସିକି ନିଜ ଶରୀରକୁ ଦେଖିଥିଲେ ଓ 32 ପ୍ରତିଶତ ଲୋକମାନେ ମାରିଥିବା ଲୋକଙ୍କ ସହ କଥା ହେଇଥିଲେ | ଏହା ବ୍ୟତୀତ କିଛି ରୋଗୀ ମାନେ ତାଙ୍କର ପୂର୍ବ ବଂଶଧର ମାନଙ୍କୁ ଦେଖିଲେ | ଏହା ଦେଖି ତାଙ୍କୁ ଖୁସି ଅନୁଭବ ହଉଥିଲା କି ଦୁଃଖ ? ଆମେ ମାନେ ଜାଣିଛେ କି, କୌଣସି ବି ଜିନିଷ କୁ ସତ ମାନିବା ପାଇଁ ବିଜ୍ଞାନ ସେଇ ଜିନିଷକୁ ଅଲଗା ଅଲଗା ଜାଗାରେ ଓ ଅଲଗା ଅଲଗା ଲୋକମାନଙ୍କ ଦ୍ୱାରା କରେଇଥାଏ |

ଏହି study କୁ ପୁଣିଥରେ UK,USA ଓ AUSTRIA ରେ Repeat କରାଗଲା | ଏଥରକ ରୋଗୀମାନଙ୍କ ସଂଖ୍ୟା ଅଧିକ ଥିଲା ଓ ଅଲଗା ଅଲଗା researchers ମାନେ research କରୁଥିଲେ | researchers ମାନଙ୍କୁ ଜଣାପଡିଲା କି ମୃତ୍ୟ ଏକ ଘଟଣା ନୁହେଁ ଏହା ଏକ ପ୍ରକ୍ରିୟା ଅଟେ | କିନ୍ତୁ ଏହି ପ୍ରକ୍ରିୟାକୁ treatment ଦ୍ୱାରା ଠିକ ମଧ୍ୟ କରାଯାଇପାରେ |

ଏହି କ୍ଷେତରେ ମାତ୍ର 9 ପ୍ରତିଶତ ରୋଗୀ NDE ରିପୋର୍ଟ କଲେ ଓ 2 ପ୍ରତିଶତ ରୋଗୀ ନିଜ ଶରୀରରୁ ବାହାରି କିଛି ଅନୁଭବ କରିଥିଲେ | ବୈଜ୍ଞାନିକ ମାନେ କହିଛନ୍ତି କି, ମୃତ୍ୟୁ ସମୟରେ ଆମର ଅକ୍ସିଜେନ କମିବା କାରଣରୁ ମସ୍ତିଷ୍କରେ ହଉଥିବ ପ୍ରକ୍ରିୟା ଗୁଡିକ ବଢ଼ିବାରେ ଲାଗେ | ଏହି କାରଣରୁ ଆମେ ବହୁତ ଅଦ୍ଭୁତ ଜିନିଷ ସବୁ ଅନୁଭବ କରିଥାଉ | ଏହା ଜାଣିବାକୁ ମିଳିଲା ଯେ, ମରିବା ସମୟରେ ଗୋଟେ ପ୍ରକ୍ରିୟା ଯାହା ଆମ ମସ୍ତିଷ୍କ ରେ ଚାଲୁଥାଏ ତା ଉପରେ ଆମେ ନଜର ରଖିପାରିବା ଓ ବିଜ୍ଞାନ ତାକୁ Explain ବି କରିପାରେ |

ଏବେ ଆମେ କଥା ହବା କି, ବିଜ୍ଞାନ ହିସାବରେ ମୃତ୍ୟୁ ପରେ କଣ ହେଇଥାଏ ? ମରିବା ସମୟରେ ଯେତେବେଳେ ଆମ ହାର୍ଟ ଧକ ଧକ ହବା ବନ୍ଦ ହେଇଯାଏ ଓ ମସ୍ତିଷ୍କ କୁ ଅକ୍ସିଜେନ supply ହବା ବନ୍ଦ ହେଇଯାଏ | ଓ ଧୀରେ ଧୀରେ ସବୁ ପ୍ରକ୍ରିୟା ବନ୍ଦ ହବାକୁ ଆରମ୍ଭ ହେଇଯାଏ | HORMONES ରିଲିଜ ହବା ମଧ୍ୟ ବନ୍ଦ ହେଇଯାଏ | ଏହା ଦ୍ୱରା ପୁରା ଶରୀରର କୋଷ ଗୁଡିକ ପର୍ଯ୍ୟନ୍ତ instruction ପହଞ୍ଚିବା ବନ୍ଦ ହେଇଯାଏ | ଏହା ଦ୍ୱାରା ପୁରା ଶରୀର ଅଚଳ ହେଇପଡ଼େ |

ଏହା ପରେ ତାହା ଘଟିଥାଏ, ଯାହାକୁ ଆମେ କହିଥାଉ POST-DEATH PROCESS | ଏହା ଦ୍ୱାରା ଶରୀରର ସବୁ muscles ରିଲାକ୍ସ ହେଇଯାଏ କାରଣ ତାଙ୍କୁ ଆଉ ଅକ୍ସିଜେନ ମିଳିନଥାଏ | ମନୁଷ୍ୟ ମେଡିକାଲି ମରିସାରିଛି ତାର ମାନେ ଏହା ନୁହଁ କି, ଶରୀରର ସବୁ ଅଂଶ ମରିସାରିଛି | ଶରୀରରେ କିଛି ବ୍ୟାକ୍ଟେରିଆ ବଞ୍ଚିରହିଥାନ୍ତି | ଏହି ବ୍ୟାକ୍ଟେରିଆ ସାରା ଜୀବନ ଆମ ହାତରେ ରହିଥାଏ | ମରିବା ପରେ ଆମ ଶରୀର ଧୀରେ ଧୀରେ Low temperature ରେ ରହିଯାଏ | ହାର୍ଟ ବିନା ଆମ ଶରୀରରେ ରକ୍ତ ସଞ୍ଚାଳନ ହେବା ବନ୍ଦ ହେଇଯାଏ | ସବୁତକ ରକ୍ତ ଶରୀରର ତଳ ଭାଗରେ ଜମା ହୋଇରହିଥାଏ |

ଏହି ରକ୍ତ ପୁଣି 2 ଘଣ୍ଟା ପରେ କ୍ଳଟ ହେବାକୁ ଲାଗିଥାଏ | ଓ ଏହିଥିରୁ ହିଁ ପ୍ଫରେନସିକ ଡ଼କ୍ଟର କହିପାରିବେ କି, ଶରୀର କୁ ମରିବା ପରେ ଏପଟ ସେପଟ କରାଯାଇଛି କି ନାହିଁ | 3 ଦିନ ପରେ PUTREFACTION ପ୍ରକ୍ରିୟା ଆରମ୍ଭ ହେଇଯାଏ | ବ୍ୟାକ୍ଟେରିଆ ମାନେ ଅର୍ଗାନ୍ସ କୁ ଖାଇବାକୁ ଲାଗିଯାନ୍ତି | ପାନକ୍ରିୟାଜ ର ଏନଜାଇମ୍ସ ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଏବେ ସେମାନେ ନିଜେ ନିଜକୁ ହିଁ ଡ଼ାଈଜେଷ୍ଟ କରିବାକୁ ଲାଗନ୍ତି |

ଏହି ପ୍ରୋସେସ ରେ ବହୁତ ଗ୍ୟାସ ରିଲିଜ ହବାକୁ ଲାଗେ | ଶରୀରର ରଙ୍ଗ ଗ୍ରୀନରୁ ବାଇଗେନି ହବାକୁ ଲାଗେ | ଓ ଶେଷରେ ଏହା ବ୍ଲାକ କଲର ହେଇଯାଏ | ଏହାହିଁ ପୋକ ଓ ମଶା ମାନଙ୍କୁ ଆକର୍ଷିତ କରିଥାଏ| ଓ କିଛି ଦିନ ପରେ ଏକ ଲେୟାର ଭଳି ବସି ଯାଏ | ଏହି ପ୍ରୋସେସ ବହୁତ ଦିନ ଧରି ମଧ୍ୟ ଚାଲିଥାଏ | କିଛି ଦିନ ପରେ ଶରୀର ମାଟିରେ ମିଶିଷଯାଏ | ବିଜ୍ଞାନ ହିସାବରେ ଏସବୁ ହେଇଥାଏ ମରିବା ପରେ |


ସେୟାର କରନ୍ତୁ