ଆଜିର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଗୃହ ଉପକରଣ ସଂଗ୍ରହ କରିବେ। ପରିଶ୍ରମର ମୂଲ୍ୟ ମିଳିବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ଵଭାଵର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଗର୍ବିତ ହେବେ।
ବୃଷ: ପାରିବାରିକ ଜୀବନ ଉନ୍ନତମାନର ହେବ। ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ମଗ୍ନ ରହିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‌ ଓ ସାହସୀ ହେବେ। ସମ୍ପଦଯୁକ୍ତ ହେବେ।
ମିଥୁନ: ଯାନ୍ତ୍ରିକ ଅଭିଜ୍ଞତା ବଢ଼ାଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ଵଭାଵର ହେବେ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
କର୍କଟ: ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ବନ୍ଧୁମିଳନ ଘଟିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହେବେ। ଶାନ୍ତ ଓ ଧୈର୍ୟ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିଲେ ବିଶେଷ ଉପକୃତ ହେବେ। ଅବିବାହିତଙ୍କର ବିବାହ ସ୍ଥିର ହେବ।
ସିଂହ: ମନରେ ବଢୁଥିବା ଉଦ୍‌ବେଗ ପ୍ରଶମିତ ହେବ। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସୁସ୍ଥ ରହିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବେ। ଚାକିରିରେ ପ୍ରଶଂସା ମିଳିବ।
କନ୍ୟା: ନୂତନ ନିଯୁକ୍ତ ପାଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବୋହିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।
ତୁଳା: ଧୈର୍ୟ୍ୟ ରଖି କାର୍ଯ୍ୟ କଲେ ସଫଳତା ମିଳିବ। ଉଦାର ସ୍ଵଭାଵର ହୋଇପାରନ୍ତି। ଦାନଶୀଳ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ବିଛା: ଶ୍ରମ ସାର୍ଥକ ହେବ। ଉଦାର ପ୍ରକୃତିର ହେବେ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ।
ଧନୁ: କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଆଳସ୍ୟ ଅନୁଭବ କରିପାରନ୍ତି; ତଥାପି ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ର ବିଳାସୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି।
ମକର: ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଐଶ୍ବର୍ୟ୍ୟଯୁକ୍ତ ହୋଇପାରନ୍ତି। ସୈନିକମାନେ ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ। ରାଜକୃପା ଲାଭ କରିବେ। ରୁଚିକର ଭୋଜନ ମିଳିବ।
କୁମ୍ଭ: ମନ ଦୁର୍ବଳ ରହିପାରେ। ବ୍ୟୟ ପରିମାଣ ବୃଦ୍ଧି ପାଇବ। ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ଵଭାଵର ହେବେ। ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି। ସାହସୀ ହେବେ। ଜ୍ଞାନ ଲାଭ କରି ଅଗ୍ରଗଣ୍ୟ ହେବେ।
ମୀନ: ଗୃହର ଆଭ୍ୟନ୍ତରୀଣ ବ୍ୟାପାର ଆନନ୍ଦଦାୟକ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। କାର୍ଯ୍ୟଦକ୍ଷ ହେବେ।


ସେୟାର କରନ୍ତୁ