ଶରୀରପାଇଁ ନଡିଆତେଲର ଉପକାରିତା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୁଷ୍କ ଓଠ ହେଉ ବା ଫଟା ପାଦ ହେଉ, ହେୟାର ସ୍ପା କରିବା ହେଉ ବା ପେଡିକ୍ୟୋର, ନଡିଆତେଲ ଆପଣଙ୍କର ଏହି ସବୁ ସମସ୍ୟାକୁ ଦୂର କରିବ । ଓଠରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପାଇବା ପାଇଁ ଏହାର ବ୍ୟବହାର କରି ଦେଖନ୍ତୁ ।

ସାଧାରଣତଃ ଶୀତ ଦିନରେ ନଡିଆ ତେଲ ଜମି ଯାଇଥିବା କାରଣରୁ ଆମେ ଏହାର ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ । ବିଶେଷଜ୍ଞମାନଙ୍କ ମତରେ, ସ୍କିନକୁ କୋମଳ ରଖିବାବୁ ହେଲେ ନଡିଆତେଲ ବହୁତ ଉପକାରୀ ଅଟେ ।ଅନେକ କସମେଟିକ ପ୍ରଡକ୍ଟସରେ ମଧ୍ୟ ଏହି ତେଲର ବ୍ୟବହାର କରାଯାଇଥାଏ ।

(୧) ଶୀତଦିନରେ ଓଠ ବହୁତ ଶୁଷ୍କ ହୋଇଯାଏ ଓ ବାରମ୍ବାର ଲିପବାମ ଲଗେଇବାକୁ ପଡେ । ତେବେ ଆପଣ ନଡିଆ ତେଲ ମଧ୍ୟ ଲଗାଇପାରିବେ । ନଡିଆତେଲ ଲଗାଇ କିଛି ସମୟ ଓଠରେ ମାଲିସ କରନ୍ତୁ । ଏହା ପରେ ଧୋଇଦିଅନ୍ତୁ । ଓଠର ମୃତ କୋଷିକା ବାହାରିଯିବେ । ସଫା କରିବାରେ ପୁଣି ଥରେ ଓଠରେ ତେଲ ଲଗାନ୍ତୁ ।

(୨) ନଡିଆ ତେଲରେ ନାଚୁରାଲ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ଥାଏ, ଯାହା ଆପଣଙ୍କ ପାଦର ସଂକ୍ରମଣ ଓ ପଙ୍ଗସକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ନଡିଆ ତେଲ ପ୍ରତ୍ୟେକ ଦିନ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ପାଦକୁ କୋମଳ ରଖିବ ।

(୩) ନଡିଆ ତେଲରେ ଆପଣ ସ୍ପାର ଆନନ୍ଦ ଘରେ ହିଁ ନିଅନ୍ତୁ । ଏହାଦ୍ୱାରା ସ୍କିନକୁ ନରମ ରଖିପାରିବେ । ସେଥିପାଇଁ ଆପଣ ଦୁଇତିନି ଚାମଚ ଓଟ୍ସ ନିଅନ୍ତୁ ଓ ସେଥିରେ ନଡିଆ ତେଲ ମିଶାଇ ପେଷ୍ଟ କରନ୍ତୁ । ଏହି ପେଷ୍ଟକୁ ୩୦ ସେକେଣ୍ଡ ପାଇଁ ଗରମ କରନ୍ତୁ । ଏହାକୁ ପୂରା ଶରୀରରେ ମାଲିସ କରନ୍ତୁ । ଏହି ପେଷ୍ଟ ଆପଣଙ୍କ ଶରୀରରେ ପିଏଚ ଲେଭେଲକୁ ସାମାନ୍ୟ ରଖିବ ।


ସେୟାର କରନ୍ତୁ