“ଶକୁନ୍ତଳାଦେବୀ”ପାଇଁ ଡ଼ାର୍ଟି ଗାର୍ଲ ବିଦ୍ୟାବାଲାନଙ୍କ ନୁଆ ଲୁକ

ସିନେମା
ସେୟାର କରନ୍ତୁ

ଅଭିନେତ୍ରୀ ବିଦ୍ୟା ବାଲାନ ଏବେ ନିଜ ଅଭିନିତ ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ଜଣକ ଟ୍ୱିଟ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଆସନ୍ତା ବର୍ଷ ମେ 8ରେ ଏହି ଫିଲ୍ମଟି ରିଲିଜ ହେବ ।

କିଛିଦିନ ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ବିଦ୍ୟା ବେବୀ ହେୟାର କଟ୍ କରିଥିବାର ନଜର ଆସିଥିଲେ । ଏଥିସହ ଲାଲ୍ ଶାଢି ପିନ୍ଧି ମୁହଁରେ ଦୃଢ ଆତ୍ମବିଶ୍ୱାସ ରଖିଥିବାର ଜଣାପଡୁଥିଲା ।

‘ଶକୁନ୍ତଳା ଦେବୀଙ୍କୁ ପୌରାଣିକ ଦେବୀ ବୋଲି କୁହାଯାଉଥିଲା । କାରଣ ତାଙ୍କ ମସ୍ତିଷ୍କ ମାତ୍ର କିଛି କ୍ଷଣ ମଧ୍ୟରେ ପୌରାଣିକ ଘଟଣାବଳୀ ସମ୍ପର୍କରେ କଠିନରୁ କଠିନତର ପ୍ରଶ୍ନର ଉତ୍ତର ଦେଇପାରୁଥିଲେ ।

ତାଙ୍କର ଏଭଳି ପ୍ରତିଭା ଜଣାପଡିବା ବେଳକୁ ସେ ମାତ୍ର ପାଂଚ ବର୍ଷ ବୟସର ହୋଇଥିଲେ । ଏଥିପାଇଁ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ହୋଇଥିଲେ ।


ସେୟାର କରନ୍ତୁ