ଇମ୍ରାନ୍ ହାସମୀଙ୍କ ନୂଆ ଗୀତ ‘ଲୁଟ ଗୟା’ ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତା ଇମ୍ରାନ ହାଶମୀଙ୍କ ନୂଆ ଗୀତ ‘ଲୁଟ ଗୟା’ ରିଲିଜ ହୋଇଅଛି । ଗୀତଟି ବହୁତ ଧମାକାଦାର ଅଟେ । ଦୀର୍ଘ ସମୟ ପରେ ଏଭଳି ଏକ ମ୍ୟୁଜିକ୍ ଭିଡିଓରେ ଇମ୍ରାନ୍ ହାସମୀ ନଜର ଆସିଛନ୍ତି । ଏହି ଗୀତଟିକୁ ବଲିଉଡର ଲୋକପ୍ରିୟ ଗାୟକ ଜୁବିନ୍ ନଟିୟାଲ ଗାଇଛନ୍ତି । ଗୀତର ସଙ୍ଗୀତ ମଧ୍ୟ ବହୁତ ଭଲ ଲାଗୁଛି ।

ଏହି ଗୀତଟି ଟି-ସିରିଜ୍ ଦ୍ୱାରା ମୁକ୍ତିଲାଭ କରିଛି । ଗୀତଟି ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ଭାଇରାଲ ହୋଇଥିଲା । ଗୀତରେ ଏକ ବିବାହ ସେଟଅପ୍ ଦେଖାଯାଇଛି । ଏହି ଗୀତରେ ବିବାହ ଦୃଶ୍ୟ, ବିବାଦ, ବିବାହ ଭାଙ୍ଗିବା ଏବଂ ପରେ ରକ୍ତପାତ ମଧ୍ୟ ଦେଖାଯାଇଛି ।

ଏହି ଗୀତରେ ୟୁକ୍ତି ଥରେଜା ଇମ୍ରାନ୍ ହାସମୀଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ୟୁକ୍ତି ଥରେଜା ଦୁଲହନ ପୋଷାକରେ ଅଛନ୍ତି, ଯାହାଙ୍କର ଜବରଦସ୍ତ ବିବାହ କରାଯାଉଅଛି । ଗୀତର ଶେଷରେ ୟୁକ୍ତି ଥାରେଜାଙ୍କୁ ଗୁଳି ଲାଗିବା ପରେ ମୃତ୍ୟୁ ବରଣ କରିଛନ୍ତି । ଇମ୍ରାନ୍ ହାସମୀଙ୍କୁ ଏକ ମିଶନରେ ଦର୍ଶାଯାଇଛି, ଯେଉଁଥିରେ ୟୁକ୍ତି ଥରେଜା ତାଙ୍କୁ ସାହାଯ୍ୟ କରୁଛନ୍ତି । ଏହା ଦର୍ଶାଯାଇଛି ଯେ ୟୁକ୍ତି ବିବାହ କରିବାକୁ ଚାହୁଁନଥିଲେ ଏବଂ ସେ ଏହା ପରେ ଇମ୍ରାନଙ୍କ ସହ ପଳାଇଥିଲେ ଏବଂ ପରେ ସେ ଜାଣିବାକୁ ପାଇଲେ ଯେ ଇମ୍ରାନ ଜଣେ ପୋଲିସ କର୍ମଚାରୀ । ଗୀତରେ କେବଳ ଗୋଟିଏ ରାତିର କାହାଣୀ ଦର୍ଶାଯାଇଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

କହିବାକି ଏହି ନିକଟରେ ଗୀତର ଟିଜର ମୁକ୍ତିଲାଭ କରିଥିଲା ​​। ଏହାପୂର୍ବରୁ ଗୀତର ଅନେକ ପୋଷ୍ଟର ମଧ୍ୟ ଦେଖାଦେଇଥିଲା । ପ୍ରଶଂସକମାନେ ଉତ୍ସାହର ସହିତ ଗୀତକୁ ଅପେକ୍ଷା କରିଥିଲେ ଏବଂ ବର୍ତ୍ତମାନ ଏହି ଗୀତଟି ମଧ୍ୟ ସାମ୍ନାକୁ ଆସିଛି । ଗୀତରେ ଇମ୍ରାନ୍ ହାସମୀ ଏବଂ ୟୁକ୍ତି ଥରେଜାଙ୍କ ଅନସ୍କିନ ରୋମାଣ୍ଟିକ୍ କେମେଷ୍ଟ୍ରି ସୁନ୍ଦର ଦେଖାଯାଉଛି । ଗୀତର ସାନଦାର ମ୍ୟୁଜିକ ତାନିସ୍କ ବାଗଚି ଦେଇଥିବାବେଳେ ଏହାର ଗୀତ ମନୋଜ ମୁଣ୍ଟାଶିର ଲେଖିଛନ୍ତି ।


ସେୟାର କରନ୍ତୁ