ବାରିପଦାରେ ତିନୋଟି ହୋଟେଲ୍ରୁ ସେକ୍ସ ରାକେଟ ଠାବ

ରାଜ୍ୟ
ସେୟାର କରନ୍ତୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଅଲଗା ଅଲଗା 3ଟି ହୋଟେଲରେ ଅତର୍କିତ ଚଢ଼ାଉ କରି ବାରିପଦା ସହରର ଟାଉନ ଥାନା ପୁଲିସ ଶନିବାର ସେକ୍ସ ର‍୍ୟାକେଟ ଠାବ କରିଛି । ଏହି ଚଢ଼ାଉରେ ପୁଲିସ ଦେହବ୍ୟବସାୟ କରୁଥିବା ଅଭିଯୋଗରେ 30ଜଣରୁ ଉର୍ଦ୍ଧ ଯୁବକ-ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଅଛି ।

କିଛି ଦିନ ହେବ ବାରିପଦା ସହରରେ ଥିବା କେତେକ ହୋଟେଲରେ ବେଆଇନ ଭାବେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା । ସୂଚନା ପାଇ ପୋଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଯାହା ଫଳରେ ଯୋଜନା ମୁତାବକ ପୁଲିସର ସ୍ୱତନ୍ତ୍ର ଟିମ୍‌ ଏହି ଲଜ ଗୁଡ଼ିକ ଉପରେ ଅତର୍କିତ ଚଢ଼ାଉ କରିଥିଲା ।

ଚଢ଼ାଉରେ ପୁଲିସ 30ଜଣରୁ ଉର୍ଦ୍ଧ ଯୁବକ-ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେଥି ମଧ୍ୟରୁ 15ଜଣ ଯୁବତୀ ରହିଛନ୍ତି । ଏହି ଘଟଣାସ୍ଥଳରୁ ପୁଲିସ ଫୋନ୍‌, କେତେକ ନଗଦ ଟଙ୍କା ଏବଂ ବହୁ ଆପତ୍ତିଜନକ ସାମଗ୍ରୀକୁ ଜବତ କରିଛି । ଏ ନେଇ ଟାଉନ୍‌ ଥାନା ପୁଲିସ ମାମଲା ରୁଜୁ କରିଅଛି ।


ସେୟାର କରନ୍ତୁ