ସକାଳୁ ଖାଲିପେଟରେ ଖାଆନ୍ତୁ ଏହି ସବୁ ଖାଦ୍ୟ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ରାତିର ଗୋଟେ ଲମ୍ବା ନିଦ ପରେ ଯେତେବେଳେ ଆପଣ ସକାଳୁ ଉଠନ୍ତି, ନିତ୍ୟକର୍ମ ସାରିବା ପରେ ଭୋକ ଲାଗିବା ତ ସ୍ଵଭାବିକ । ତେବେ ଏହି ସମୟରେ ଆପଣ ଯେଉଁ ଖାଦ୍ୟ ଗ୍ରହଣ କରନ୍ତି, ତାହା ଅନେକ ମାତ୍ରାରେ ପ୍ରଭାବିତ କରିଥାଏ ଆପଣଙ୍କ ଶରୀରକୁ ।

ଆସନ୍ତୁ ଜାଣିବା ସକାଳୁ ସକାଳୁ ଖାଲିପେଟରେ କ’ଣ ଖାଇବା ଉଚିତ ଓ କ’ଣ ଖାଇବା ଉଚିତ ନୁହେଁ । ସକାଳର ଜଳଖିଆ ଶରୀର ପାଇଁ ଯେତିକି ଗୁରୁତ୍ୱପୂର୍ଣ, ସେତିକି ଗୁରୁତ୍ୱପୂର୍ଣ ଆପଣ କ’ଣ ଖାଉଛନ୍ତି ଜଳଖିଆରେ । ଖାଦ୍ୟଶୈଳୀର ହଜମ ପ୍ରକ୍ରିୟା ସହିତ ଓ ହଜମ ପ୍ରକ୍ରିୟାର ସ୍ୱାସ୍ଥ୍ୟ ସହିତ ରହିଛି ନିବିଡ ସଂପର୍କ ।

tea for health

କେଉଁ ପ୍ରକାର ଖାଦ୍ୟ ଖାଲିପେଟରେ ଖାଇବା ଉଚିତ ନୁହେଁ

– ସକାଳୁ କେବେ ହେଲେ ଖାଲିପେଟରେ ଚା, କଫି ଆଦି ସେବନ କରନ୍ତୁ ନାହିଁ । ଏହା ଦ୍ୱାରା ହାଇଡ୍ରୋକ୍ଲୋରିକ୍ ଏସିଡ୍ ତିଆରି ହେବା ସହିତ ଭୟଙ୍କର ଗ୍ୟାସ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ଯାହା ହଜମ କରିବା କ୍ଷମତାକୁ ନଷ୍ଟ କରିଥାଏ । ଏହା ଶରୀର ପାଇଁ କ୍ଷତିକାରକ ।

– ସକାଳ ସମୟରେ କେବେବି ଦହି ପରି ପରିବର୍ତିତ କ୍ଷୀର ଜାତୀୟ ପଦାର୍ଥ ଖାନ୍ତୁ ନାହିଁ । ଆଗ ଅନ୍ୟ କିଛି ଖାଇବା ପରେ ଏହାକୁ ଖାଆନ୍ତୁ । କାରଣ ବିଶେଷଜ୍ଞ ମାନଙ୍କ ମତରେ ଏହି ଜାତୀୟ ଖାଦ୍ୟ ପଦାର୍ଥ ଶରୀରର ଉତ୍ତମ ବ୍ୟାକ୍ଟେରିଆଗୁଡିକୁ ନଷ୍ଟ କରିଦିଅନ୍ତି ।

cold water

– ସକାଳ ଜଳଖିଆରେ କୌଣସି ପ୍ରକାର ଥଣ୍ଡା ଖାଦ୍ୟ କିମ୍ବା ପାନୀୟ ସାମିଲ କରନ୍ତୁ ନାହିଁ । ଏହା ପାଚନକ୍ରିୟାକୁ ପ୍ରଭାବିତ କରିଥାଏ ।

– ଖାଲିପେଟରେ କେବେ ବି ଆଗ କଦଳୀ ଖାନ୍ତୁ ନାହିଁ । କାରଣ କଦଳୀରେ ପ୍ରଚୁର ପରିମାଣରେ ମାଗ୍ନେସିୟମ୍ ଥାଏ, ଯାହା ଶରୀରରେ ମାଗ୍ନେସିୟମ ମାତ୍ରାକୁ ବଢାଇଦିଏ । ଏପରି ହେବାର ଦ୍ୱାରା ହାର୍ଟ ବା ହୃତପିଣ୍ଡ ପ୍ରଭାବିତ ହେବାର ଆଶଂକା ଥାଏ ।

– ଖାଲିପେଟରେ କେବେବି ରାଗ, ମସଲାଯୁକ୍ତ ସ୍ପାଇସି ଫୁଡ୍ ଖାନ୍ତୁ ନାହିଁ । ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ଶରୀର ଉପରେ । ସୃଷ୍ଟି ହୋଇପାରେ ଅତିରିକ୍ତ ଗ୍ୟାସ ସମସ୍ୟା ।

– ଖାଲିପେଟରେ ବିଲାତି ପରି ଖଟା ଜାତୀୟ ଖାଦ୍ୟ ଖାନ୍ତୁ ନାହିଁ । ଖଟା ଯୁକ୍ତ ଫଳ ମଧ୍ୟ ସଂପୂର୍ଣ ଖାଲି ପେଟରେ ସେବନ କରନ୍ତୁ ନାହିଁ । ଏଥିରେ ଥିବା ସାଇଟ୍ରିକ ଏସିଡ୍ କରିପାରେ କ୍ଷତି ।

SwasthyaPlus

– ସକାଳୁ ଖାଲିପେଟରେ ଫାଇବର ଯୁକ୍ତ କଞ୍ଚା ପରିବା ଖାନ୍ତୁ ନାହିଁ । ଏହା ଶରୀର ପାଇଁ ଲାଭକାରୀ ନୁହେଁ ।

ଉପରୋକ୍ତ ଖାଦ୍ୟ ଗୁଡିକୁ ବାଦ ଦେଇ ଆପଣ ଅନ୍ୟାନ୍ୟ ଖାଦ୍ୟ ନିଜ ଜଳଖିଆରେ ସାମିଲ କରିପାରିବେ । ଯେପରିକି ତରଭୁଜ,ମହୁ,ବାଦାମ,ବ୍ଲୁ ବେରୀ,ଓଟ୍ସ,ବାଦାମ,ଅଣ୍ଡା ଆଦି ଖାଦ୍ୟ କୁ ଆପଣ ନିଜ ତାଲିକାରେ ସାମିଲ କରିପାରିବେ। ଏହାଛଡା ଅନ୍ୟାନ୍ୟ ହାଲକା ରନ୍ଧା ଖାଦ୍ୟ ମଧ୍ୟ ଆପଣ ଖାଇପାରନ୍ତି ।


ସେୟାର କରନ୍ତୁ